ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ଅନୁଷ୍ଠିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହେଉଛି। ବିଶେଷକରି ଢେଙ୍କା, ହଦଗଡ଼, ଗିରିଗାଁ, ବିଦ୍ୟାଧରପୁର , ସୋସୋ ପ୍ରଭୃତି ସ୍ଥାନରେ ଗୁରୁବାର ମଧ୍ୟରାତ୍ରରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ସର୍ବପୁରାତନ ଅନୁଷ୍ଠାନ ଭାବେ ପରିଚିତ ଢେଙ୍କା ବଜାରରେ ଆଜକୁ ୭୨ବର୍ଷ ପୂର୍ବେ ମା’ କାଳୀଙ୍କ ଏହି ପୂଜା ଉତ୍ସବକୁ ଅନୁଷ୍ଠାନର ନିତ୍ୟାନନ୍ଦ ପାଣିଗ୍ରାହୀ, ସହଦେବ ନାୟକ, ଅରକ୍ଷିତ ଦାସ, ଡାକ୍ତର ପାଣିଗ୍ରାହୀ, ବଳରାମ ସୁଆର ପ୍ରମୁଖ ଅତ୍ୟନ୍ତ ନିଷ୍ଠା ଓ ଭକ୍ତି ସହକାରେ ଆରମ୍ଭ କରିଥିଲା ବେଳେ ଚଳିତ ବର୍ଷ ପୂଜା ୭୨ବର୍ଷରେ ପାଦ ଥାପିଛି। ଗତ ଗୁରୁବାର ରାତିରେ ମା’ କାଳୀଙ୍କ ପୂଜାପାଠ ରୀତିନୀତି ମତେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟପୂଜକ ଭାବେ ଦୈତାରୀ ପତି, ଶ୍ୟାମସୁନ୍ଦର କର, ସୁରେନ୍ଦ୍ର କର ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଛନ୍ତି। ଢେଙ୍କା କାଳୀପୂଜା ଅନୁଷ୍ଠାନର ସଭାପତି ବିଜୟ ଗୁପ୍ତା, ସମ୍ପାଦକ ରବିନ୍ଦ୍ର ବାରିକଙ୍କ ସମେତ ରଜନୀ ପାଣିଗ୍ରାହୀ, ବଳରାମ ସାହୁ, ଶ୍ୟାମସୁନ୍ଦର କର, ରବି ଦାସ, ରବି ନାୟକ ନାୟକ ପ୍ରମୁଖ କର୍ମକର୍ତ୍ତା ଭାବେ ଏହାର ପରିଚାଳନା କରୁଥିଲା ବେଳେ ଅନୁଷ୍ଠାନର ପ୍ରଦ୍ୟୁମ୍ନ କର, ଦିପ୍ତରଞ୍ଜନ ଦାସ, ଦୈତାରୀ ସେଠୀ, ଯଚିନ୍ଦ୍ର ଦାସ, ମଧୁସୁଦନ ସାମଲ, ଗୋଲକ ଗାଲକ ମହାନ୍ତି, ସୁଦର୍ଶନ ମହାନ୍ତି, ଅଜିତ ପରିଡ଼ା, ସତ୍ୟବ୍ରତ ବେହେରା ପ୍ରମୁଖଙ୍କ ସହିତ ଅନ୍ୟମାନେ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି | ଚଳିତବର୍ଷ ୪ଦିନ ଧରି ମୀନାବଜାର ଓ ଅପେରା ପ୍ରଦର୍ଶନ ପୂଜା ମାହୋଲଟିକୁ ବେଶ ସରଗରମ କରିଛି । ସେହିପରି ହଦଗଡ଼ରେ ଚାଲିଥିବା ମା’ ଶ୍ୟାମାକାଳୀଙ୍କ ପୂଜା ୧୧ବର୍ଷରେ ପାଦ ଥାପିଛି। ଏଠାରେ ଅନୁଷ୍ଠାନିକ ଭାବେ ଯଥା ରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ହେଉଛି। ଅନୁଷ୍ଠାନର ଲାଲୁପ୍ରସାଦ ମାରାଣ୍ଡି, ଅବିନାଶ ନାୟକ, ଦେବାଶିଷ ଜେନା, ଦିବ୍ୟଜ୍ୟୋତି ଦାସ, ବାଦଲ ଗିରି, ସୌମ୍ୟରଞ୍ଜନ ନାୟକ, ରୁଦ୍ରନାରାୟଣ ଜେନା, ରାମଚନ୍ଦ୍ର ସୋରେନ, ଶୁଭଙ୍କର ଦାସ, ଜ୍ଞାନରଞ୍ଜନ ସାହୁଙ୍କ ସମେତ ଅନୁଷ୍ଠାନର ଅନ୍ୟମାନେ ଏହାକୁ ମହାଆଡମ୍ବର ସହକାରେ ପାଳନ କରିଛନ୍ତି I ସେହିପରି ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ବ ଗିରିଗାଁ ଠାରେ ମା’ ମହାକାଳୀଙ୍କ ପୂଜାବିଧ ହୋଇଆସୁଛି। ଗ୍ରାମବାସୀଙ୍କ ସହଯୋଗରେ ଏହା ୭ ଦିନ ଧରି ପାଳନ ହୋଇଥାଏ | ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ଓ ଅପେରା ଭଳି କାର୍ଯ୍ୟକ୍ରମ ହୋଇଥାଏ | ସେହିପରି ବଣିଆପଙ୍କ ଗ୍ରାମରେ କାଳୀପୂଜା ଆରମ୍ଭ ହୋଇଛି। ସେହିପରି ସୋସୋ ବଜାରରେ କାଳୀପୂଜା ଧୂମଧାମରେ ପାଳିତ ହେଉଛି। କାଳୀପୂଜା କମିଟିର ଭୀମସେନା ବେହେରା ଓ ବୈଲୋଚନ ନାୟକଙ୍କ ଦ୍ବାରା ପୂଜା ପରିଚାଳିତ ହେଉଛି | ରଞ୍ଜନ ରାଉତ, ଉତ୍ସବ ଜେନା କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ | ସେହିପରି ବିଦ୍ୟାଧରପୁର ବଜାରରେ ମଧ୍ୟ କାଳୀପୂଜା ଧୁମଧାମରେ ପାଳିତ ହେଉଛି। ଭାଗୀରଥ୍ ମହାନ୍ତି ଓ ଠାକୁ ରାଉତ କଳସ ଆଣି ଥିବା ବେଳେ ଚିନ୍ତାମଣି ପାତ୍ର, ତନ୍ମୟ କୁମାର ପହି, ନାରାଯଣ ରାଉତ, ଲକ୍ଷ୍ମୀକାନ୍ତ ମହାନ୍ତି, ଦାମୋଦର ମିଶ୍ର, ବିଶ୍ଵନାଥ ରାଉତ, ଜୁଲୁ ଆଇଚଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ବ୍ୟବସାୟୀମାନଙ୍କ ସହଯୋଗ କ୍ରମେ ଏହି ପୂଜା ଅନୁଷ୍ଠିତ ହେଉଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ