ଶିମିଳିପାଳରେ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ
କରଞ୍ଜିଆ:(ଜିତେନ୍ଦ୍ର ରାଜ ):ଯଶିପୁର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂଶ୍ରମ, ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଶିମିଳିପାଳ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ମାରାଥନ ଉଦଘାଟନଓ ଶିଳାନ୍ୟାସ କରିଥିଲେ। ବିଭିନ୍ନ ସ୍ଥାନରେ ଶିମିଳିପାଳ ବାସୀ ତାଙ୍କୁ ପାରମ୍ପରିକ ନୃତ୍ୟ ଗୀତର ତାଳେ ତାଳେ ସ୍ୱାଗତ କରିଥିଲେ ଏହି ଅବସରରେ ନିଜ ଗାଁ ବଳରାମପୁରରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ସିଂଖୁଣ୍ଟିଆ ଯୋଗଦେଇ ଉଦ୍ବୋଧନ ଦେବା ସହିତ ସହସ୍ରାଧିକ ଜଙ୍ଗଲ ବାସିନ୍ଦାଙ୍କ ପାଇଁ ସରକାରଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇ ବିକାଶଧାରା ଆଗକୁ ଯିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ସଭାକୁ ପୂର୍ବତନ ସରପଞ୍ଚ ତଥା ଶିମିଳିପାଳ ବିକାଶ ପରିଷଦ ସଭାପତି ମହାନ୍ତି ବିରୁଆ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଉପନିର୍ଦ୍ଦେଶକ ସାଇ କିରଣ ଡିଏନ, ଯଶିପୁର ବିଡିଓ ମାଧବ ଚନ୍ଦ୍ର ବିରୁଆ, ଯଶିପୁର ତହସିଲଦାର କ୍ରିସେସନିଆ ତିର୍କୀ, ସହକାରୀ ବନ ସଂରକ୍ଷକ ନିକେସ ମହାପାତ୍ର, ସରପଞ୍ଚ ପ୍ୟାରୀ ଟୁଟି, ସମିତି ସଭ୍ୟ ମଙ୍ଗଲ ସିଂବିରୁଆ, ବରେହିପାଣି ସମିତି ସଭ୍ୟ ଜୁଝାର ବାନସିଂଙ୍କ ସମେତ ବିଜେପି ନେତା ବିପିନ ବିହାରୀ ମହାନ୍ତ, ପ୍ରଶାନ୍ତ ମହାନ୍ତି, କାଳୀ ଚରଣ ନାଏକ, ମନ୍ତ୍ରୀଙ୍କ ମିଡିଆ ସଂଯୋଜକ ମନୋରଞ୍ଜନ ତିରିଆ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ବରେହିପାଣି ପଞ୍ଚାୟତର ସାନଉସ୍କିରେ ନୂତନ ଗୋଷ୍ଠୀକେନ୍ଦ୍ର ଗୃହ କୁ ଉଦ୍ଘାଟନ କରିଥିଲେ।
ପରେ ଅସ୍ତକୁଅଁର ପଞ୍ଚାୟତର ଗୋପୀନାଥପୁରରେ ଏକ ଆଡିବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ବୁଢ଼ାବଳଙ୍ଗ ଗ୍ରାମ ନିକଟରେ ୪.୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏକ ସେତୁର ଭିତ୍ତ ପ୍ରସ୍ତର ସ୍ଥାପନ କରିଥିଲେ। ଦୀର୍ଘ ଦିନ ଧରି ସାରୁଦା ଗ୍ରାମବାସୀ ଲୁଦା ଗ୍ରାମରେ ସୁରଳ ସେତୁ ନିର୍ମାଣ ନିମନ୍ତେଦାବୀ କରିଆସୁଥିଲେ ନଦୀରେ ପୋଲ ନଥିବାରୁ ଗ୍ରାମଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ। ପୋଲକୁ ମନ୍ତ୍ରୀ ଲୋକାର୍ପଣ କରିଥିବାରୁ ସେଠାକାର ଲୋକେ ଅତ୍ୟନ୍ତଖୁସି ବ୍ୟକ୍ତ କରିବା ସହିତ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ପରେ ମନ୍ତ୍ରୀଶ୍ରୀଯୁକ୍ତ ଖୁଣ୍ଟିଆ ନିଜ ଗାଁ ବଳରାମପୁରକୁ ଯିବା ପାଇଁ ଥୁଣ୍ଟା ନାଳ ଉପରେ ନିର୍ମାଣ ଚାଲିଥିବା ଏକ ସେତୁର କାର୍ଯ୍ୟକୁ ନିରୀକ୍ଷଣ କରି ବଳରାମପୁର ଠାରେ ରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ଗଡ଼ ଶିମିଳିପାଳ ହାଇସ୍କୁଲର ଛାତ୍ରଛାତ୍ରୀମାନେ ରାସ୍ତାରେ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।