ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ସୁହାଂଶୀ ପାଢ଼ୀ ପ୍ରଥମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦରର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁହାଂଶୀ ପାଢ଼ୀ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ସର୍ବଭାରତୀୟ ବିଜ୍ଞାନ ମେଳାରେ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ସହ ପୋଲସରା ପାଇଁ ଗୌରବ ଆଣିପାରିଛନ୍ତି। ଏହି ସଫଳତା ପାଇଁ ମଙ୍ଗଳବାର ଦିନ ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁହାଂଶୀ ପାଢ଼ୀ ଏବଂ ତାଙ୍କର ପିତା ଓ ମାତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଘୋଷ ବାଦ୍ୟ ସହ ରାଣୀପଡ଼ା ଛକ ଠାରୁ ହାଇସ୍କୁଲ ଛକ ଦେଇ ପୁଣି ବିଦ୍ୟାଳୟ ପର୍ଯ୍ୟନ୍ତ ନଗର ପରିକ୍ରମା କରାଯାଇଥିଲା। ଉକ୍ତ ନଗର ପରିକ୍ରମା ରେ ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ , ଗୁରୁଜୀ /ଗୁରୁମା, ପରିଚାଳନା କମିଟି ସହ ରଜତ ଜୟନ୍ତୀ ସମିତି ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ I ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଦ୍ଵାରା ଆୟୋଜିତ ହୋଇଥିବା ଉକ୍ତ ବିଜ୍ଞାନ ମେଳା ରେ ଅଖିଳ ଭାରତୀୟ ସ୍ତରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବେଳେ ସୁହାଂଶୀ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନର ସମସ୍ତ ସେବାବ୍ରତୀ , ପରିଚାଳନା ସମିତିର ସମସ୍ତ କର୍ମକର୍ତ୍ତା ଓ ରଜତ ଜୟନ୍ତୀ ସମିତିର ସମସ୍ତ କର୍ମକର୍ତ୍ତା ଅତି ଉତ୍ସାହର ସହିତ ଛାତ୍ରୀ ସୁହାଂଶୀ ଭଉଣୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି I ଏହି ସଫଳତା ଅନୁଷ୍ଠାନର ଅନ୍ୟ ଶିଶୁଙ୍କ ପାଇଁ ପ୍ରେରଣା ହୋଇ ରହିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ