ସ୍କାଉଟ୍ ଗାଇଡ୍ ପ୍ରଶିକ୍ଷଣ ଶିବିର ଉଦଯାପିତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟ ଗାଇଡ୍ ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ଗଣେଷ ବିଦ୍ୟାପିଠ ପରିସରରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତ୍ରୀଦିବସୀୟ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଲେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମିତା ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଣେଷ ବିଦ୍ୟାପିଠର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲଡୁକିଶୋର ପାଢି, ଜିଲ୍ଲା ସ୍କାଉଟ ଗାଇଡ୍ ସମ୍ପାଦକ ଭାଗିରଥି ସ୍ୱାଇଁ, ଜିଲ୍ଲା ସହକାରୀ କମିଶନର ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମହରି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲାର ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟର ୬୫ ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପେଟନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସ୍କାଉଟ ଗାଇଡର ଇତିହାସ, ପୋଷାକ, ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡକୁ କିପରି ଆଗକୁ ନିଆଯାଇପାରିବ ସେ ସର୍ମ୍ପକରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପେଟ୍ରୋଲ ସିଷ୍ଟମ, କ୍ୟାମ୍ପ ଫାୟାର ସମେତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅନ୍ୟାନ ଦିଗ ସର୍ମ୍ପକରେ ତାଲିମ ପ୍ରଦାନ କରାଯାଇଥିଲା । ଆୟୋଜିତ ଶିବିରରେ ପ୍ରଶିକ୍ଷକ ଭାବେ ଜିଲ୍ଲା ସଂଗଠନ କମିଶନର ଲକ୍ଷ୍ମୀ ନାରାୟଣ ପଣ୍ଡା, ଶମ୍ଭୁ ପ୍ରିୟା ରାଉତ, ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା, ତାଲିମ କମିଶନର ଗାଇଡ ସ୍ୱପ୍ନାରାଣୀ ପାଣିଗ୍ରାହୀ , ରାଜେଶ ପାତ୍ର, ଭାନୁମତି ଜେନା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, କାଦମ୍ବିନି ହୋତା, ଜୟକୃଷ୍ଣ ପାତ୍ର, ଜ୍ଞାନେନ୍ଦ୍ର ସିଂ ପ୍ରମୁଖ ସହଯୋଗ କରିଥିଲେ ।