ସହୀଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ
ଗଂଜାମ, (ବିନୋଦ ପଲାଇ):ସହୀଦ ଭଗତ ସିଂ ମହାବିଦ୍ୟାଳୟରେ ସମ୍ବିଧାନ ଦିବସକୁ ବହୁ ଆଡମ୍ବରରେ ପାଳନ କରାଯାଇଛି |ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |ଉକ୍ତ ସଭାରେ ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଆନନ୍ଦ ଗୌଡ଼ ସମ୍ବିଧାନର ଇତିହାସ ବିବରଣୀ ପ୍ରଦାନ କରିବା ସହିତ ଶିକ୍ଷାର୍ଥୀ ମଧ୍ୟରେ ଥିବା ଲୁକ୍କାୟିତ ଗୁଣକୁ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପରିପ୍ରକାଶ କରିବାକୁ ସଚେତନ କରିଥିଲେ |ସଭାର ସଭାପତି ଶ୍ରୀମତୀ ମିନତି ପଟ୍ଟନାୟକ ସାମ୍ବିଧାନିକ ଅଧିକାର ଏବଂ ଆଇନ କିପରି ନାଗରିକ ମାନଙ୍କ ଜୀବନ ସୁରକ୍ଷା କରେ ସେ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ଧାରଣା ପ୍ରଦାନ କରିଥିଲେ | ରାଜନୀତି ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ ସମ୍ବିଧାନର ଲକ୍ଷ, ଆଦର୍ଶ ଏବଂ ସାମ୍ବିଧାନିକ ଧାରା ଓ ଅନୁଚ୍ଛେଦ ବର୍ଣ୍ଣନା କରିବା ସହିତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ମାନେ ଦେଶ ତଥା ଜାତିର ଗଠନରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରିବେ ସେଥିପ୍ରତି ଆହ୍ୱାନ ଦେଇଥିଲେ |ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼ଃ. ଜୟନ୍ତୀ ବେହେରା ଏବଂ ଅଧ୍ୟାପିକା ଏନ. ପଦ୍ମାବତୀ ଏବଂ ରାଜନୀତି ଅଧ୍ୟାପକ ଶ୍ରୀଯୁକ୍ତ ଆଖଣ୍ଡଳମଣି ବେହେରା ସମ୍ବିଧାନର ମୌଳିକ ଉପାଦାନ ବିଷୟରେ ମତାମତ ପ୍ରଦାନ କରିଥିଲେ | ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ଗୌଡ଼ଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା |ସଭା ଶେଷରେ ଇତିହାସ ବିଭାଗୀୟ ଅଧ୍ୟାପକ ଡ଼ଃ. ଦେବୀପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ |ମହାବିଦ୍ୟାଳୟର ସମସ୍ତ ଅଣଶିକ୍ଷକ କର୍ମଚାରୀ ଏଥିରେ ସହଯୋଗ କରିଥିଲେ |