ସଦର ବିଧାୟକ ମାନସ ଦତ୍ତଙ୍କ ନେତୃତ୍ୱରେ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୃଷକ ପ୍ରତିନିଧି ଦଳ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରାମାଣିକ ଧାନ ବିହନ ସଂଗ୍ରହ ମୂଲ୍ୟ ପୁନଃ ନିର୍ଦ୍ଧାରଣ ସହ ବକେୟା ପ୍ରୋତ୍ସାହନ ରାଶି ପ୍ରଦାନ ଦାବି ନେଇ ରାଜ୍ୟ ବିହନ ନିଗମକୁ ବିହନ ଯୋଗାଉଥିବା ବିହନ ଉତ୍ପାଦନକାରୀ କୃଷକମାନେ । ଏ ନେଇ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ କୃଷକମାନଙ୍କ ଏକ ପ୍ରତିନିଧିଦଳ କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ ସହ ସେମାନଙ୍କ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ସାଧାରଣ ଧାନ ସଂଗ୍ରହ ସହାୟକ ମୂଲ୍ୟ ୩୧ଶହ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା ରାଜ୍ୟ ବିହନ ନିଗମ ଚଳିତ ଖରିଫ ଋତୁରେ ହୋଇଥିବା ପ୍ରାମାଣିକ ଧାନ ବିହନ ସଂଗ୍ରହ ପାଇଁ କ୍ୟୁଂଟାଲ ପ୍ରତି ୨୯୨୧ ଟଙ୍କା ସ୍ଥିର କରିଛି । ନିଗମର ଖସଡା ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କିମ୍ବା ବଜାର ଦର ମଧ୍ୟରୁ ଯେଉଁଟି ଅଧିକ ଥିବ ତାହାକୁ ମୂଳ ମୂଲ୍ୟ ଭାବେ ଗ୍ରହଣ ପୂର୍ବକ ସେଥିରେ୨୭ପ୍ରତିଶତ ଅଧିକ ମୂଲ୍ୟ ଯୋଡ଼ା ଯାଇ ପ୍ରାମାଣିକ ଧାନ ବିହନର ସଂଗ୍ରହ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ନିଗମ ଧାନର ମୂଳ ସହାୟକ ମୂଲ୍ୟକୁ ନେଇ ଦର ସ୍ଥିର କରିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ ପ୍ରାମାଣିକ ବିହନର ମୂଲ୍ୟ ଧାର୍ଯ୍ୟ ପାଇଁ କୃଷକ ପ୍ରତିନିଧିମାନେ ଦାବି ଉଠାଇଛନ୍ତି । ଫଳରେ ବିହନ ଉତ୍ପାଦନକାରୀ କୃଷକମାନେ ମୋଟ ୩୯୩୭ଟଙ୍କା ପାଇବାକୁ ସକ୍ଷମ ହେବେ, ଯାହା ସେମାନଙ୍କ ପାଇଁ ବିଶେଷ ସହାୟତା ସଦୃଶ ହେବ । ଅନ୍ୟଥା ସେମାନେ ଚଳିତ ବର୍ଷ ନିଗମକୁ ପ୍ରାମାଣିକ ଧାନ ବିହନ ପ୍ରଦାନରେ ଅସମର୍ଥ ହେବେ ବୋଲି କୃଷକ ପ୍ରତିନିଧିମାନେ କହିଛନ୍ତି ।
ବିହନ ଚାଷୀମାନେ ଉତ୍ପାଦନ କରୁଥିବା ୧୦ ବର୍ଷରୁ କମ୍ ପିଣ୍ଡ ଧାନ ବିହନ ଉପରେ କେନ୍ଦ୍ର ସରକାର ୨୦୨୦-୨୧ ଖରିଫ ଋତୁ ଠାରୁ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ କରି ଦେଇଛନ୍ତି । ଫଳରେ ଓଡିଶାର ୫ ହଜାରରୁ ଅଧିକ ବିହନ ଚାଷୀ ସୋମନଙ୍କ ଉତ୍ପାଦିତ ଧାନ ବିହନ ଉପରେ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେଉଛନ୍ତି । ସେହିପରି ।ଇଆସୁଅଛୁ । ଦ୍ୱିତୀୟରେ ଗତ ବର୍ଷ ତୈଳ ବୀଜ ଜାତୀୟ ବାଦାମ ବିହନ ଉପରେ ରାଜ୍ୟ ସରକାର ଦେଉଥିବା ୭୫୦ ଟଙ୍କା ପ୍ରୋତ୍ସାହନ ରାଶି ୨୦୨୩-୨୪ ଠାରୁ ବନ୍ଦ କରି ଦେଇଛନ୍ତି । ଅନ୍ୟପକ୍ଷରେ ୨୦୧୬-୧୭ ରବି ଋତୁରେ ଓଡିଶା ରାଜ୍ୟ ବିହନ ନିଗମକୁ ଯୋଗାଯାଇଥିବା ମୁଗ ଓ ବିରି ଭଳି ଡାଲି ଜାତୀୟ ବିହନ ଉପରେ କେନ୍ଦ୍ର ଦେଇଥିବା ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ନିକଟରେ ଜମା ଥିଲେ ବି କୃଷକମାନେ ସମ୍ପୃକ୍ତ ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଏ ବିଷୟରେ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକ ୨୦୧୯ ଠାରୁ କେନ୍ଦ୍ର କୃଷି ବିଭାଗର କମିଶନରଙ୍କୁ ବାରମ୍ବାର ଚିଠି ଲେଖିବା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷ୍ଟି ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ ସତ୍ତ୍ୱେ କୃଷକମାନେ ପ୍ରୋତ୍ସାହନ ରାଶିରୁ ଏ ଯାବତ ବଂଚିତ ରହିଛନ୍ତି । ଏହିସବୁ ସମସ୍ୟାର ସମାଧାନ ତଥା ଆଗାମୀ ଦିନରେ ନିରାକରଣ ପାଇଁ କୃଷକ ପ୍ରତିନିଧିଦଳର ସଦସ୍ୟମାନେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନିବେଦନ କରିଛନ୍ତି । ଏହି ପ୍ରତିନିଧି ଦଳରେ ବାଲେଶ୍ୱରରୁ ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସଙ୍କ ସମେତ ଭୂବନେଶ୍ୱରରୁ ଅଶୋକ ବରାଳ, ବରଗଡ଼ରୁ ସୁରେନ୍ଦ୍ର ସାହୁ, ଗଞ୍ଜାମରୁ ସଦାନନ୍ଦ ପ୍ରଧାନ, ବୌଦରୁ ଘାସିରାମ ସାହୁ, କେନ୍ଦ୍ରାପଡ଼ାରୁ ଭାବଗ୍ରାହୀ ଭୋଇ, ମୟୁରଭଞ୍ଜରୁ କାର୍ତ୍ତିକେଶ୍ୱର ନାୟକ ଓ ଧରଣୀ ଧର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ସଦର ବିଧାୟକ ଶ୍ରୀ ଦତ୍ତଙ୍କ ନେତୃତ୍ୱରେ ଆସିଥିବା କୃଷକ ପ୍ରତନିଧିଦଳଙ୍କ ସହ ଆଲୋଚନାକୁ ସମୃଦ୍ଧ ଓ ଅର୍ଥପୂର୍ଣ୍ଣ ଦର୍ଶାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । କୃଷି ଅଭିବୃଦ୍ଧି ଏବଂ ସମୃଦ୍ଧତା ପାଇଁ ଅମୂଲ୍ୟ ଯୋଗଦାନକୁ ଦୃଷ୍ଟିରେ ରଖି ସେମାନଙ୍କ ପ୍ରତ୍ୟେକ ସମସ୍ୟା ସମାଧାନ ପାଇଁ ସରକାର ପଦକ୍ଷେପ ନେବା ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ