ପତଞ୍ଜଳି ଯୋଗ ଶିବିରରେ ସାତଜଣ ମୁଖ୍ୟ ଯୋଗ ଶିକ୍ଷକ ଭାବରେ ପ୍ରଶିକ୍ଷିତ
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢୀ):ଉତ୍ତରାଖଣ୍ଡ ହରିଦ୍ଵାର ପତଞ୍ଜଳି ଯୋଗ ପୀଠ ଠାରେ ନଭେମ୍ବର ୨୩ ରୁ ୨୭ ଯାଏ ପାଞ୍ଚ ଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଯୋଗ ଦେଇଥିବା ଯୋଗ ଶିକ୍ଷକ ମାନଙ୍କ ମଧ୍ୟରୁ ରାୟଗଡ ଜିଲ୍ଲା ପାଇଁ ସାତଜଣଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ଭାବେ ଦାୟିତ୍ଵ ଦିଆଯାଇଛି। ରାୟଗଡ ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ତଥା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଓ ସ୍ବଦେଶୀ ବିଚାର ବିସ୍ତାର ପାଇଁ ଏମାନେ କାର୍ଯ୍ୟ କରିବେ ବୋଲି ଜଣା ପଡିଛି। ସ୍ଵୟଂ ସ୍ବାମୀ ରାମଦେବଙ୍କ ଦ୍ଵାରା ଏହି ଯୋଗ ଶିବିର ସଞ୍ଚାଳନ କରାଯାଇଥିବା ବେଳେ ପ୍ରମାଣ ପତ୍ର ଓ ରୁଦ୍ରାକ୍ଷ ମାଳା ପ୍ରଦାନ କରାଯାଇଥିଲା। ବିନୟ ସ୍ବାଇଁ – ରାୟଗଡ, ସୁଶାନ୍ତ ପଣ୍ଡା – ଯେ କେ ପୁର, କିଶୋର ଦୋରା – କୋଲନରା, ରାକେଶ ବେହେରା – ରାମନା ଗୁଡା ,ରବୀନ୍ଦ୍ର ଚୌଧୁରୀ – ଗୁଣୁପୁର ଏବଂ ରାଜେଶ ଭାଇଙ୍କୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ପତଞ୍ଜଳି ଯୋଗ ସମିତିର ପ୍ରଭାରୀ ଜୟନ୍ତ ଗୁରୁ, ରାୟଗଡ଼ ତାରଫରୁ ସୂଚନା ମିଳିଛି। ଯୋଗୀ ଶ୍ରୀ ଚୈତନ୍ୟ ରାମ ଏବଂ କ୍ରାନ୍ତିବାବା ଅଭିନନ୍ଦନ ଜଣାଇଛନ୍ତି । ଏହାର ଉପଲବ୍ଧିରେ ରାୟଗଡ଼ର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନମାନଙ୍କରେ ଅଭିନନ୍ଦନର ସୁଅ ଛୁଟିଛି।