ହାତୀ ଉପଦ୍ରଵ ଭାଙ୍ଗିଲେ ଘର ଖାଇଗଲେ ଧାନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ହାତୀ ଉପଦ୍ରଵ ଭାଙ୍ଗିଲେ ଘର ଖାଇଗଲେ ଧାନ l ହନ୍ତସନ୍ତ ଛଅ ପରିବାର l ରାତି ଅଧରେ ଗାଁରେ ପଶିଲା ହାତୀ ଭାଙ୍ଗିଲା ଘର, ଖାଇଲା ଧାନ ଚାଉଳ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଚାୟତ ଅନ୍ତର୍ଗତ ନୁଆଁପଲି ଗ୍ରାମର ଆସିବାସୀ ସାହିରେ ଘଟିଛି ଘଟଣା l ରାତି ପ୍ରାୟ ଗୋଟାଏ ସମୟରେ ନୂଆପଲି ଗାଁର ଆଦିବାସୀ ସାହିର ଲୋକେ ସୋଇଥିବା ବେଳେ ହଠାତ ହାତୀ ପଲ ଆସି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇବା ସହ ଘରେ ଥିବା ସମାନକୁ ନଷ୍ଟ କରି ଥିବାର ଦେଖିବାକୁ ମିଳିଛି l ସୌଭାଗ୍ୟ ବଶତଃ ଏହି ଆକ୍ରମଣରେ କେହି ମୃତାହତ ନଥିବା ବେଳେ ଥିବା 5-6 ପରିବାର ଘରଗୁଡିକ ଭାଙ୍ଗି ଚୁରମାର ହୋଇ ଯାଇଥିବା ଦେଖିବାକୁ ମିଳିଛି l ଏ ନେଇ ବନ ବିଭାଗ କୁ ଗ୍ରାମରେ ଲୋକେ ସୂଚନା ଦେଇ ଥିଲେ , ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି l ବସ୍ତିରେ ରହୁଥିବା ସେହି ଛଅ ପରିବାର ଖଟି ଖିଆ ଶ୍ରମିକ ଶ୍ରେଣୀର ଲୋକେ ହୋଇଥିବା ବେଳେ ଏଭଳି ଭଙ୍ଗା ଘରକୁ ନେଇ ବହୁତ ଚିନ୍ତିତ ରହିଥିବାର ଦେଖିବାକୁ ମିଳିଛି l ଏ ନେଇ ପ୍ରଶାସନ ପକ୍ଷରୁ ସାହାଯ୍ୟ ଭିକ୍ଷା କରିଛନ୍ତି l ତେଵେ ଏହି ଅଂଚଳରେ ବାରମ୍ବାର ହାତୀ ଉପଦ୍ରଵ ଜାରି ଥିବା ବେଳେ ଫସଲ ନଷ୍ଟ ହୁଏ ଯାହା କି ଏବେ ଏ ଅଞ୍ଚଳ ପାଇଁ ଚିନ୍ତାର ବିଷୟ ପାଲଟିଛି l ଅନ୍ୟ ପଟେ ଏ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଠିକ ଭାବେ କାର୍ଯ୍ୟ ଅନୁଷ୍ଠାନ ନ ହେଉ ଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସି l