ନାବାଳିକା ଦୁଷ୍କର୍ମ ମାମଲା ଅଭିଯୁକ୍ତ ନିର୍ଦୋଷରେ ଖଲାସ
ବ୍ରହ୍ମପୁର,(ଅନିଲ କୁମାର): ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଉପଯୁକ୍ତ ପ୍ରମାଣ ଅଭାବରୁ ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକ ମଙ୍ଗଳବାର ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି । ନିର୍ଦୋଷ ସାବ୍ୟସ୍ତ ଜଣକ ହେଲେ ବେଳଗୁଣ୍ଠା ଥାନା ଅଞ୍ଚଳର ଅକ୍ଷୟ ମାଝୀ(୨୫) । ସୂଚନାଯୋଗ୍ୟ ଯେ,୨୦୨୧ ମସିହା ମେ ୨୬ ତାରିଖରେ ବେଳଗୁଣ୍ଠା ଥାନା ଅଞ୍ଚଳର ଜଣେ ନାବାଳିକା(୧୭) ଘରେ ଏକାଥିଲେ । ଏହାର ସୁଯୋଗନେଇ ଅକ୍ଷୟ ତାଙ୍କ ପସି ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅକ୍ଷୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ସେ ଜାମିନରୁ ଜେଲ୍ ରୁ ମୁକୁଳିଥିଲେ । ଏହି ମାମଲା ପୋକସୋ ଜଜ୍ ପ୍ରଣତି ପଟ୍ଟନାୟକଙ୍କ କୋର୍ଟରେ ବିଚାରଣା ଚାଲିଥିଲା । ବିଚାରଣା ଚାଲିଥିବା ବେଳେ ମୋଟ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ହେଲେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତ ଅକ୍ଷୟକୁ ନିର୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଚକ୍ରପାଣି ନାହାକ ଓ ରଶ୍ମିତା ଦାଶ ଉକ୍ତ ମାମଲା ପରିଚାଳନା କରୁଥିଲେ ।