ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ସମ୍ମିଳନୀ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ): ବିଶ୍ଵବ୍ୟାଙ୍କର ସହଯୋଗରେ କୋରାପୁଟ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ”କୃଷି ଉତ୍ପାଦନରେ ସ୍ଥିରତା ପାଇଁ ଜଳଜାତକୁ ପୁନଃ ଉଜୀବିତ କରିବା ଉଦ୍ଦେଶ୍ୟରେ କ୍ରେତା ବିକ୍ରେତା ସଭା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୧ ଜଣ ଅଂଶ ଗ୍ରହଣକାରୀ ବ୍ୟକ୍ତିଗତ ଭାବେ ଏବଂ ୫ ଜଣ ଭର୍ଚୁଆଲ୍ ମୋଡରେ ସମ୍ମିଳନୀରେ ଯୋଗ ଦେଇଥିଲେ । ୭ ଜଣ ପ୍ରତିଜ୍ଞାକାରୀ କ୍ରେତା ଯୋଗଦେଇ ଏଫପିଓ ଜରିଆରେ ମକା, ମିଲେଟ୍, ଲେମନ ଘାସ ତେଲ, ଗୁଣ୍ଡ କଫି, ବାଦାମ, ବ୍ଲାକ ଚାଉଳ, ଆଳୁ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବିନା ମଧ୍ୟସ୍ଥିରେ କ୍ରେତା ବିକ୍ରେତା କିଣା ବିକା କରିବାକୁ ପ୍ରାଧାନ୍ୟ ଦେଇଛନ୍ତି। ଗ୍ରାମ ଏବଂ କ୍ଲଷ୍ଟର ସ୍ତରରେ ସିଧାସଳଖ ଏଫପିଓ ଉତ୍ପାଦ କ୍ରୟ କରିବାକୁ କ୍ରେତାମାନେ ଆଗ୍ରହ ପ୍ରକାଶ କରିଥିଲେ। ଅନେକ କ୍ରେତା ଏବଂ ବିକ୍ରେତା ସମ୍ମିଳନୀକୁ ସଫଳତା ହୋଇଥିବା ପ୍ରକାଶ କରି ରୀଵାର୍ଡ ଦ୍ଵାରା କ୍ରୟ କରି ଚାଷୀ ଓ ବ୍ୟବସାୟୀ ଉନ୍ନତ ମୂଲ୍ୟ ହାସଲ ସହିତ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ସ୍ୱାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ପରେ ଶ୍ରୀ ମଲଖାନ ସିଙ୍ଗ ଡାଙ୍ଗି ମାର୍କେଟିଂ ମ୍ୟାନେଜର ଜି.ଟି ଭରତ ଏବଂ ଜିଲ୍ଲା ସଂଯୋଜକ ଜି.ଟି ଭରତ ଏଲଏଲପି କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ବ୍ୟବସାୟ ଯୋଜନାର ସମୀକ୍ଷା ଉପସ୍ଥାପନ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ, କୋରାପୁଟ, ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିକାଶ ବିଭାଗ, ଓଡିଶାର ସରକାରଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଥିଲା। ଶେଷରେ ଜୟ ଶଙ୍କର ପ୍ରଧାନ ଏଡିଏସସି, ୱାଟରସେଡ କୋରାପୁଟଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ