ବାଟରେ ଆଣ୍ଠେଇଛି ସୋରଡା ସ୍ମାର୍ଟ ପାର୍କ

ସୋରଡା, (ରଜନୀକାନ୍ତ ମହାପାତ୍ର):ସୋରଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିର୍ମାଣଧୀନ ସ୍ମାର୍ଟ ପାର୍କ ଏବେ ଅଧାବାଟ ରେ ଆଣ୍ଠେଇ ରହିଛି। ଏହା କୁ ନେଇ ଜିଲ୍ଲାପାଳ ଗୋଟିଏ ଫେସବୁକ ରେ ପୋଷ୍ଟ କରିଛନ୍ତି ଯେ ସୋରଡା ୧୧ ନମ୍ବର ୱାର୍ଡ ରେ ନିର୍ମିତ ସ୍ମାର୍ଟ ପାର୍କ ଲୋକଙ୍କ ମନୋରଞ୍ଜନ ମାଧ୍ୟମ ପାଲଟିଛି, ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ସହର ବାସୀ ଙ୍କ ଅଭିଯୋଗ ଯେ ସୋରଡା ଏନ ଏ ସି କୁଆଡେ ଜିଲ୍ଲାପାଳ ଙ୍କୁ ଭୁଆଁ ବୁଲେଇ ଫୋଟୋ ପୋଷ୍ଟ କରେଇଛି କିନ୍ତୁ ପରଦା ପଛରେ ଅର୍ଦ୍ଧନିର୍ମିତ ଏହି ସ୍ମାର୍ଟ ପାର୍କ କୁ କିପରି ନେତାଙ୍କୁ ଅନୁକମ୍ପା ଦେଖାଇ ସୋରଡା ଏନ ଏ ସି ଉଦ୍ଘାଟନ କରିଛି ଏବଂ ଏହି ମାଧ୍ୟମ ରେ କିପରି କୋଟି କୋଟି ଟଙ୍କା ଖର୍ଚ କରାଯାଇଛି ତାହା ଯଦି ଜିଲ୍ଲାପାଳ ତଦନ୍ତ କରିବେ ତେବେ ସତ ସାମ୍ନା କୁ ଆସିବ ବୋଲି ଏବେ ସହରବାସୀ ଦାବି କରିଛନ୍ତି। ସୋରଡା ୧୧ ନମ୍ବର ୱାର୍ଡ ରେ ନିର୍ମାଣଧୀନ ସ୍ମାର୍ଟ ପାର୍କ ସହରଞ୍ଚାଳ ଉନ୍ନତି ଯୋଜନା ମାଧ୍ୟମ ରେ ୨୦୨୨-୨୩ ଆର୍ଥିକ ବର୍ଷ ରେ ୭୭ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରଯାଇଥିବା କୁଆଯାଉଛି। ଏବଂ ଏହି ପାର୍କ ରେ ଆଲଙ୍କାରିକା ଉପକରଣ ରେ ଏକ ଓପନ ଜିମ ରହିଛି, କିଛି ଗଛ ଲାଗିଛି,ପିଲାଙ୍କ ଉପକରଣ କିଛି ରହିଛି,ବିଜ୍ଞାନ ସମ୍ବଧୀୟ ଓ ଗଣିତ ସମ୍ବଧୀୟ କିଛି ସାମଗ୍ରୀ ଲଗାଯାଇଛି ତା ଛଡା ପର୍ଯ୍ୟଟକ ଙ୍କ ପାଇଁ ପାଥ ୱେ ଫେବର ବ୍ଲକ ରେ କରାଯାଇଛି ଯାହା ଏବେ ନଷ୍ଟ ହେଲାଣି। ବର୍ତମାନ ଏଠାରେ ଲାଗିଥିବା ଗଛ ଗୁଡିକ ସବୁ ନଷ୍ଟ ହେଲାଣି, ଘାସ ଜଙ୍ଗଲ ପରି ମାଡିଗଲାଣି, ପାର୍କ ଗେଟ ଏ ଯାଏଁ ନିର୍ମାଣ ହୋଇନି, ଏଠାରେ ଗୋଟିଏ ଯୋଗ କେନ୍ଦ୍ର କରିବା ପାଇଁ ଏନ ଏ ସି ଦେଇଥିବା ପ୍ରତିଶ୍ରୁତି ଏବେ ପାଣିରେ ଗାର ସାଦୃଶ୍ୟ ହୋଇଛି। ଗୋଟିଏ ଛୋଟ ୱାଟାର ଫାଉଣ୍ଟେନ ବ୍ୟବସ୍ଥା ପଙ୍କ କାଦୁଅ ରେ ଭରି ହେଲାଣି। ପାର୍କ ଭିତରେ ନିର୍ମାଣ ସବୁ ସାମଗ୍ରୀ ଏବେ ଭାଙ୍ଗି ରୁଜି ନଷ୍ଟ ହେଲାଣି। ସକାଳୁ ସକାଳୁ କିଛି ସହରବାସୀ ଏହି ଭିତରେ କୁ ଓପନ ଜିମ ଥିବା ଯୋଗୁଁ ଯାଉଛନ୍ତି। ତାହା ମଧ୍ୟ ଲୋକଙ୍କ ମନ ଭାଙ୍ଗି ଦେଲାଣି। ଥିବା ଉପକରଣ ଏବେ ଭାଙ୍ଗିରୁଜି ନଷ୍ଟ ହେଉଛି। ଏହାର ରକ୍ଷଣା ବେକ୍ଷଣ ମଧ୍ୟ ହୋଇ ପାରୁନି। ପାର୍କ ରେ ବିଜୁଳି ସଂଯୋଗ ନହିଁ। ଭିତରେ ଶୌଚଳୟ ଗୋଟିଏ ନାହି। ସୁରକ୍ଷାକର୍ମୀ ଗୃହ ଓ ଟିକେଟ କାଉଣ୍ଟର ଏ ଯାଏଁ ତିଆରି ହୋଇନି। ଘାସ କଟାଜାଇପାରୁନି। ମିସନ କେଫ ଗୋଟିଏ ତିଆରି ହୋଇ ଭୁତ କୋଠରି ପଡି ରହିଛି ଏହା କାହାକୁ ଦିଆଯାଇପାରୁନି କି ଲୋକେ ନେବା ପାଇଁ ରାଜି ମଧ୍ୟ ହେଉନହନ୍ତି। ପାର୍କ ଭିତରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନାହି। ଥିବା ରାସ୍ତା ଏବେ ଭୁସୁଡି ଲାଣି ଫେବର ବ୍ଲକ ସବୁ ନଷ୍ଟ ହେଲାଣି। ଚାରିଆଡେ ଗଛ ସବୁ ବଡ ହେଲାଣି ଏବଂ ଥିବା ଗଛ ସବୁ ସୁଖୀ ନଷ୍ଟ ହେଲାଣି। ଏପରି ଏକ ଭଙ୍ଗ ଦୋଦରା ପାର୍କ କୁ ନିର୍ବାଚନ ପୂର୍ବରୁ ନେତାଙ୍କୁ ଅନୁକମ୍ପା ଦେଖାଇ ବାକୁ ଯାଇ ସୋରଡା ଏନ ଏ ସି ଉଦ୍ଘାଟନ କରିଥିଲା। ପାର୍କ କାନ୍ଥ ରେ ଗୋଟିଏ ଗେଟ ପାଇଁ ଦୁଇଟି ଫଳକ ଲେଖି ବିଲ କରାଯାଇଛି। ଏବଂ ଉଦ୍ଘାଟନ ର ବଡ ବଡ ଫଳକ ଗଣ୍ଡେ ଏନ ଏ ସି ଲଗେଇଛି। କିନ୍ତୁ କାର୍ଯ୍ୟକ୍ଷମ ହୋଇପାରୁନି ସ୍ମାର୍ଟ ପାର୍କ କି ଲୋକଙ୍କ ଆଶା ପୂରଣ କରିପାରୁନି। ବର୍ତମାନ ଯାଏଁ ଏହି ପାର୍କ କାର୍ଯ୍ୟ କ୍ଷମ ହେବ ତହ ଦୂର ର କଥା ଏଠାରେ ପର୍ଯ୍ୟଟକ ଙ୍କୁ ମୌଳିକ ସୁବିଧା ଦେବା ପାଇଁ ବର୍ତମାନ ପର୍ଯ୍ୟନ୍ତ ସୋରଡା ଏନ ଏ ସି ସଂଘର୍ଷ ଜାରି ରଖିଛି। କିନ୍ତୁ ପାର୍କ ନାମ ରେ ୮୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ବିଲ କରି ଟଙ୍କା ଉଠେଇବା ରେ ଟୋପାଟିଏ ମଧ୍ୟ ମିଛ ନାହିଁ ଏବଂ ଏହା ଆଲଙ୍କାରିକ ଜିନିଷ ବାବଦ କୁ ଆହୁରି ୮୦ ରୁ ଉର୍ଦ୍ଧ ଲକ୍ଷ ତାଙ୍କ ଖର୍ଚ କରାଯାଇଥିବା ଅନୁମାନ କରାଯାଉଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ପାର୍କ ରେ ୧.୫ କୋଟି ଟଙ୍କା ରୁ ଉର୍ଦ୍ଧ ଖର୍ଚ ହେଲାଣି କିନ୍ତୁ ଏହା ଲୋକଙ୍କ ବ୍ୟବାହାରେ ରେ ଆସିପାରୁନି। ଏହାର ରକ୍ଷଣା ବେକ୍ଷଣ ପାଇଁ ବେଳେ ବେଳେ ବର୍ଷ ତମାମ ବିଲ କରି ହଡପ କରିବା ପାଇଁ ଠିକାଦାର ମାନେ ପଛଘୁଞ୍ଚା ଦେଉନାହାନ୍ତି। ଏପରି ଏକ ଦୟନିୟ ସ୍ମାର୍ଟ ପାର୍କ କୁ ଗଞ୍ଜାମ ଜିଲ୍ଲାପାଳ ନିଜ ଫେସବୁକ ରେ ଏହି ସ୍ମାର୍ଟ ପାର୍କ ଲୋକଙ୍କ ମନୋରଞ୍ଜନ ର ମାଧ୍ୟମ ହୋଇଥିବା ପୋଷ୍ଟ ଟିକୁ ନେଇ ସହରବାସୀ ଙ୍କୁ ବ୍ୟଥିତ କରିଛି । ଜିଲ୍ଲାପ୍ରଶାସନ ପ୍ରକୃତରେ ସଠିକ ରିପୋର୍ଟ ନ ରଖି ଏହିପରି ପୋଷ୍ଟ କରିବା ଦୁଖଦାୟକ ବୋଲି ସହରବାସିନ୍ଦା କହିଛନ୍ତି। ଅନ୍ୟପଟେ ସୋରଡା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ଵାଳ ଙ୍କ କହିବା ହେଲା ପାର୍କ ରେ ଯଥା ଶୀଘ୍ର ବିଦ୍ୟୁତ ସଂଯୋଗ ପାଇଁ ପ୍ରକ୍ରିୟା ଚାଲିଛି ଏବଂ ଏହାର ରକ୍ଷଣା ବେକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ଦେଖିବାକୁ ଗଲେ ୨୦୨୨-୨୩ ଆର୍ଥିକ ବର୍ଷ ର ନିର୍ମିତ ପାର୍କ ମାତ୍ର ଗୋଟିଏ ବର୍ଷ ରେ ଆଣ୍ଠେଇଲାଣି ତେଣୁ ଏହା ପଛରେ ଥିବା ବଡ ଦୁର୍ନୀତି ର ଆବଶ୍ୟକ ତଦନ୍ତ କରିବା ପାଇଁ ଏବେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ