ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ଜିଲ୍ଲା ବିଜେଡି ନେତା
ନବରଙ୍ଗପୁର,(ୱାଇଏନଏସ): ସାମ୍ବାଦିକ ସମ୍ମିଳନୀରେ ବିଜେପି ସରାଜରକୁ ଟାର୍ଗେଟ କଲା ବିଜେଡି । ବିଭିନ୍ନ କ୍ଷେତ୍ର ରେ ଜିଲ୍ଲା କୁ ଉପେକ୍ଷିତ କରାଯାଉଥିବା ଅଭିଯୋଗ କରି ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛି ନବରଙ୍ଗପୁର ଜିଲ୍ଲା ବିଜେଡି । ଏନେଇ ନବରଙ୍ଗପୁର ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ ,ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅନେକ ଦାବି ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନ ହୋଇପାରିବା କୁ ନେଇ ପ୍ରତିବାଦ ଜଣାଇଛି ଜିଲ୍ଲା ବିଜେଡି । ଗତକାଲି କେନ୍ଦ୍ର ସରକାର ଙ୍କ ତରଫରୁ ୮୫ ଟି କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ହୋଇଥିଲେ ମଧ୍ୟ ସେଥିରେ ନବରଙ୍ଗପୁର ଜିଲ୍ଲା ପାଇଁ ବ୍ୟବସ୍ଥା ନଥିବା ଏହା ଜିଲ୍ଲା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବୋଲି କହିଛନ୍ତି ରମେଶ ମାଝୀ । ଶିକ୍ଷା କ୍ଷେତ୍ରରେ ପଛ ରେ ଥିବା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱ ଦେଇ ଜିଲ୍ଲାର ଉମରକୋଟ ଅଞ୍ଚଳ ରେ ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପୂର୍ବରୁ ଶ୍ରୀ ମାଝୀ ଓ ପୂର୍ବତନ ରାଜ୍ୟ ସରକାର ଙ୍କ ତରଫରୁ କେନ୍ଦ୍ର ନିକଟରେ ଅନେକ ସମୟ ରେ ଦାବି କରାଯାଇଥିଲା । ସମସ୍ତ ଦାବି କୁ ଅଣଦେଖା କରି ଜିଲ୍ଲାରେ ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା କରିନଥିବା ଅଭିଯୋଗ କରିଛି ବିଜେଡି । ଜିଲ୍ଲାର ଜଣେ ବିଧାୟକ ଶିକ୍ଷା ମନ୍ତ୍ରୀ ଥିବା ବେଳେ ରାଜ୍ୟ ର ଜଣେ ସାଂସଦ କେନ୍ଦ୍ର ରେ ଶିକ୍ଷା ମନ୍ତ୍ରୀ ଅଛନ୍ତି ଡବଲ ଇଞ୍ଜିନ ସରକାର ରେ ଥାଇ ମଧ୍ୟ ଦାବି ପୂରଣ କରିପାରୁନାହାଁନ୍ତି କହିଛନ୍ତି ରମେଶ। ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ବିଷୟ ରେ ଅବଗତ ଥାଇ ମଧ୍ୟ ଦ୍ଵିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଘୋଷଣା ନ କରିବା ଏହା ଜିଲ୍ଲା ପାଇଁ ଘୋର ଅପମାନ ବୋଲି କହିଛି ବିଜେଡି । ଖୁବ ଶୀଘ୍ର ପଦକ୍ଷେପ ନେଇ ଜିଲ୍ଲାର ସମସ୍ୟା ର ସମାଧନ ପାଇଁ ଦାବି କରିଛି ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ ଏବଂ ମନୋହର ରନ୍ଧାରୀ । ଏହାସହ ନବରଙ୍ଗପୁର ଜିଲ୍ଲାରେ ଧାନ ଅମଳ ସରି ଅନେକ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ମଣ୍ଡି ଖୋଲିପାରୁନାହିଁ । ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀ ବାଧ୍ୟ ହୋଇ କମ ଦରରେ ଦଲାଲ କୁ ବିକ୍ରି କରିଦେଉଥିବା ଅଭିଯୋଗ କରିଛନ୍ତି ବିଧାୟକ ମନୋହର ରନ୍ଧାରୀ । ଗତ ଡିସେମ୍ବର ୨ ତାରିଖ ରେ ମଣ୍ଡି ଖୋଲିବା ମଣ୍ଡି ବୈଠକ ରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ପ୍ରଶାସନ ନିଷ୍ପତି ନେଇ ତାକୁ ୧୦ ତାରିଖ ରେ କରିବା ପାଇଁ ନିଷ୍ପତ୍ତି ନେଇଛି । ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ବିଜେଡି ନେତାଏ । ଏହାସହ ଗତକାଲି ଜିଲ୍ଲାରେ ଆରମ୍ଭ ହୋଇଥିବା ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ରେ ପ୍ରଥମ ଥର ପାଇଁ ସମ୍ବାଦିକ ଙ୍କୁ ଅଣଦେଖା କରା ଯାଇଛି । ସାମ୍ବାଦିକଙ୍କ ପାଇଁ ଉପଯୁକ୍ତ ସ୍ଥାନରେ ବସିବା ପାଇଁ ନକରିବା ସହ ବ୍ୟାରିକେଟିଂ କରି ରଖିବା ବ୍ୟବସ୍ଥାକୁ ସାମ୍ବାଦିକ ଙ୍କ ବିରୋଧ କୁ ସମର୍ଥନ କରିଛି ବିଜେଡି । ପୂର୍ବ ମଣ୍ଡେଇ ମାନଙ୍କ ରେ ସମ୍ବାଦିକ ଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ବସିବା ବ୍ୟବସ୍ଥା ନ କରି ସେ ସ୍ଥାନ ରେ ବିଜେପି ନେତା ମାନେ ଅକ୍ତିଆର କରିଥିବା ଅଭିଯୋଗ କରି ପ୍ରଶାସନ ଉପରେ ବର୍ଷିଛି ଜିଲ୍ଲା ବିଜେଡି । ସେଭଳି ମଣ୍ଡେଇ କାର୍ଯ୍ୟକ୍ରମ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସିବେ ବୋଲି ଜିଲ୍ଲା ବିଜେପି ତରଫରୁ ଡିଣ୍ଡିମ ପିଟୁଥିବା ବେଳେ ସୁଭଦ୍ରା ଭୟ ରେ ଭୟଭୀତ ହୋଇଥିବା ଏବଂ ୧୮ ହଜାର ସୁଭଦ୍ରା ହିତାଧିକାରୀ ନିଜ ନାମ କୁ ଫେରାଇ ନେଇଥିବା ବେଳେ ବିରୋଧୀ ଙ୍କ ପ୍ରଶ୍ନ ବାଣ ର ଭୟରେ ସେ ମଣ୍ଡେଇ କୁ ଆସିନଥିବା କହିଛି ଜିଲ୍ଲା ବିଜେଡି । ନିର୍ବାଚନ ସମୟରେ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ବୋଲି କହିଥିଲେ ମଧ୍ୟ ବିଜେପି ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରି ବିଜେପି ଉପରେ ବର୍ଷିଛନ୍ତି ଜିଲ୍ଲା ବିଜେଡି ନେତାମାନେ ।