ଉଦଘାଟିତ ହେଲା ସାଂସ୍କୃତିକ ଲୋକମହୋତ୍ସବ ମଣ୍ଡେଇ
ନବରଙ୍ଗପୁର, (ୱାଇଏନଏସ): ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ପ୍ରତିଭାର ଅନ୍ୱେଷଣ ର ଏହି ଉତ୍ସବ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା ଙ୍କ ଆଜ୍ଞାମାଳ ନେଇ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସଂସ୍କୃତି ଓ କଳାର ମିଳନ ପର୍ବ ମଣ୍ଡେଇ ମହୋତ୍ସବ ରେ ଦେଖିବାକୁ ମିଳିବ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ । ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀ ଙ୍କ ପାରମ୍ପରିକ ନୃତ୍ୟ ର ତାଳେ ତାଳେ ନବରଙ୍ଗପୁର ର ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ ପାଦ ଦେଇଛି । ପ୍ରଥମ ଦିବସ ର ଅତିଥି ଥିବା ରାଜ୍ୟ ଗଣଶିକ୍ଷା ବିଭାଗ ତଥା ଆଦିବାସୀ ଉନ୍ନୟନ ବିଭାଗର କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା , ଓ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ସମେତ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ମା ଭଣ୍ଡାରଘରଣୀ ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା ଙ୍କ ଆଜ୍ଞ।ମାଳ ନେଇ ମା ଙ୍କ ପ୍ରତୀକ ଲାଠି ଓ ଗାଦି ସହ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ରେ ମଣ୍ଡେଇ ର ବାର୍ତ୍ତା ଓ ଲକ୍ଷ୍ୟ, ଉଧ୍ୟେସ୍ୟ ପୁରଣ ନେଇ ସହର ପରିକ୍ରମା କରିଥିଲେ । ମଣ୍ଡେଇ ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ଥିଲା କିନ୍ତୁ କୌଣସି କାରଣ ବଶତଃ ଗସ୍ତ ବାତିଲ ହୋଇଥିଲା । ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସ୍ଥାନୀୟ ବାଦ୍ୟ,ନୃତ୍ୟ, ସଙ୍ଗୀତ ମାଧ୍ୟମରେ ମଣ୍ଡେଇ ପଡିଆ ନିକଟରେ ପହଞ୍ଚିବା ପରେ ଆଦିବାସୀ ଙ୍କ ପ୍ରତୀକ ଭିମା ଭିମାଣି ଙ୍କ ମୂର୍ତ୍ତି ଙ୍କୁ ମଣ୍ଡେଇ ମଞ୍ଚ ନିକଟରେ ସ୍ଥାପନା କରିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ମଣ୍ଡେଇ ମଞ୍ଚରେ ତିନି ଦିନ ରାଜ୍ୟ ର ସଂସ୍କୃତିକ ଦଳ ସହ ରାଜ୍ୟ ବାହାରର ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ କଳା ପ୍ରଦର୍ଶନ କରିବେ । ପ୍ରଥମ ଦିବସ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶି, ଲାଉଣୀ, ଦୁଲୁଦୁଲି , ଗୁଣ୍ଡି ନାଚ ପରିବେଷଣ ହୋଇଥିଲା। ଏହା ସହିତ ଓଡିଶା ର ସୁପ୍ରସିଦ୍ଧ ଗାୟିକା ବର୍ଣାଳି ହୋତା ଙ୍କ ଗୀତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ତେବେ ଏହି ମଣ୍ଡେଇ ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଲା ପଲ୍ଲୀଶ୍ରୀ ମେଳା । ଚଳିତ ବର୍ଷ ଓରମାସ ପକ୍ଷରୁ ପଲ୍ଲୀଶ୍ରୀ ମେଲାରେ ୩୬୦ ଟି ଷ୍ଟଲ ନିର୍ମାଣ କରାଯାଇଛି । ଏହି ଷ୍ଟଲ ଗୁଡିକ ରେ ଜିଲ୍ଲା ତଥା ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସ୍ୱୟଂ ସହାୟକ ଦଳ ପକ୍ଷରୁ ହସ୍ତକଳା ସାମଗ୍ରୀ ଓ କୁଟୀର ଶିଳ୍ପ ଗୁଡିକ ପ୍ରଦର୍ଶିତ ହୋଇଛି । ସେଭଳି ସରକାରୀ ସଂସ୍ଥା ଗୁଡିକ ପକ୍ଷରୁ ଯୋଜନା ଗୁଡ଼ିକର ପ୍ରଦର୍ଶନୀ କରାଯାଇ ଲୋକଙ୍କୁ ଅବଗତ କରାଯାଉଛି । ଏହାସହ ଲୋକ ଙ୍କୁ ଅଧିକ ଆକର୍ଷଣ କରିବା ପାଇଁ ବିଭିନ୍ନ ଫୁଡ଼ ଷ୍ଟଲ ଓ ମିନାବଜାର ର ଆୟୋଜନ କରାଯାଇଛି । ଅପରପକ୍ଷରେ ଗହଳି କୁ ଦୃଷ୍ଟିରେ ରଖି ଯେ କୌଣସି ପ୍ରତିକୂଳ ପରିସ୍ଥିତି କୁ ଏଡ଼ାଇବା ପାଇଁ ଟ୍ରାଫିକ ବ୍ୟବସ୍ଥା କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ବାହିନୀ କୁ ମୁତୟନ କରାଯାଇଛି । ମଣ୍ଡେଇ କାର୍ଯ୍ୟକ୍ରମ ରେ ସମ୍ବାଦିକ ଙ୍କ ପାଇଁ ଅବ୍ୟବସ୍ଥା ସହ ଚିତ୍ର ଉତ୍ତୋଳନ ସମୟ ରେ ବହୁ ଦୂରରେ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଥିଲା ଯେଉଁଠି ଚିତ୍ର ଉତ୍ତୋଳନ କରିବା ସମ୍ଭବ ନ ଥିବା କରାଯାଇଥିବା ଅଭିଯୋଗ କରି ସାମ୍ବାଦିକ ମାନେ କିଛି ସମୟ ପାଇଁ କାର୍ଯ୍ୟକ୍ରମ କୁ ବର୍ଜନ କରିଥିଲେ ସମ୍ବାଦିକ ଙ୍କ ପାଇଁ ହୋଇଥିବା ଅଭିଯୋଗ କୁ ଉପସ୍ଥିତ ଗଣଶିକ୍ଷା ମନ୍ତ୍ରୀ , ସାଂସଦ ଓ ବିଧାୟକ ମାନେ ମଧ୍ୟ ବିରୋଧ କରି ପ୍ରଶାସନ ଉପରେ ବିଗିଡିଥିଲେ । ଜିଲ୍ଲାପାଳ ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କହିବା ସହ ଆଗାମୀ ଦିନ ରେ ଏଭଳି ପ୍ରତିବନ୍ଧକ ଦୂର କରାଯିବ ବୋଲି କହିଥିଲେ । ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଆଗାମୀ ଚାରି ଦିନ ଧରି ଲୋକେ ମଣ୍ଡେଇ ମହୋତ୍ସବ କୁ ଉପଭୋଗ କରିବା ପାଇଁ ଦର୍ଶକ ଉତ୍ସାହିତ ଥିବା ବେଳେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ମଣ୍ଡେଇ ମଞ୍ଚରୁ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ପାଇବେ ।