ବିଦ୍ୟୁତ ତାର ବିଛାଇ ବାରହା ଶୀକାର ୨ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଜଙ୍ଗଲ ଓ ବନ୍ୟପ୍ରାଣୀ ଆମର ଅମୂଲ୍ୟ ସମ୍ପଦ। ଏମାନଙ୍କ ସୁରକ୍ଷା ଆମର ଦାୟିତ୍ବ। ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ୍ ତାର ଅବୈଧ ବ୍ୟବହାର କରିବା ଦ୍ଵାରା ଆମର ଜୈବ ବିଭିଦତା ପ୍ରତି ବିପଦ ସୃଷ୍ଟି ହେଉଛି। ବିଦ୍ୟୁତ ତାର ବିଛାଇ ଜଙ୍ଗଲରେ ବାରହା ଶୀକାର କରିବା ପଡ଼ିଲା ମହଙ୍ଗା। ବାରହା ଶୀକାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଜଗନ୍ନାଥ ପ୍ରସାଦ ବନାଞ୍ଚଳ ବେଲଗୁଣ୍ଠା ସେକ୍ସନ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ବଣିଆ ପଲ୍ଲୀ ଗ୍ରାମର ଦୁଇଜଣ ବ୍ୟକ୍ତି ବିଦ୍ୟୁତ୍ ତାର ବିଛାଇଥିଲେ ଯାହାଦ୍ବାରା ଏକ ବଣୁଆ ବାରହା ବିଦ୍ୟୁତ୍ ଫାଶରେ ପଡ଼ିଯାଇଥିଲା। ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଚଢ଼ାଉ କରି ଭିକାରୀ ନାଇକ ଓ ଖଦାଳ ନାଇକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୃତ ବାରହା ଏବଂ ବିଦ୍ୟୁତ୍ ତାର ଜବତ କରାଯାଇଛି। ଏନେଇ ୧୦୯/୨୪ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଜଗନ୍ନାଥ ପ୍ରସାଦ ଅଧିକାରିଣୀ ସୁଶ୍ରୀ ସୁଜାତା ରାଣୀ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ