ଜଗନ୍ନାଥ ପ୍ରସାଦ ବ୍ଲକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଏକ ତଦନ୍ତ ଟିମ୍ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତରେ ଆଜି ପରିଦର୍ଶନ କରି ପଞ୍ଚଦଶ ଅର୍ଥ କମିଶନରେ ଆସିଥିବା ଅର୍ଥରାଶିର କିଭଳି ବ୍ୟବହାର ହେଉଛି ଏହାକୁ ଅନୁସନ୍ଧାନ କରିଛନ୍ତି। ପଞ୍ଚାୟତରେ ଏହି ଯୋଜନାରେ ହୋଇଥିବା କଂକ୍ରିଟ ରାସ୍ତା, ମଣ୍ଡପ, ଆଦି କାର୍ଯ୍ୟ ଗୁଡ଼ିକ ଗତ ତିନିବର୍ଷ ମଧ୍ୟରେ କିଭଳି ହୋଇଛି ବୁଲି ଦେଖିଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକର ରାଉତି, ଖମାରପଲ୍ଲୀ, ଚଢ଼ିୟାପଲ୍ଲୀ, ତାରାସିଂ ଭଳି ପାଞ୍ଚଟି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି। ଅପରାହ୍ନରେ ପଞ୍ଚୟତବାସିଙ୍କ ସହ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ବୁଝିବା ପରେ କାର୍ଯ୍ୟସ୍ଥଳକୁ ଯାଇ କାର୍ଯ୍ୟ ଦେଖିଥିଲେ। କେନ୍ଦ୍ରରୁ ଆସିଥିବା ଏନସିଇଆର ର କର୍ମଚାରୀ ସ୍ଵପ୍ନାରାଣୀ ହରପାଲ ଙ୍କ ସମେତ ବିଡିଓ ମନ୍ମଥ ମଲ୍ଲିକ, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଆରୁଖ, ଯନ୍ତ୍ରୀ ସିଦ୍ଧାର୍ଥ ନାୟକ, ଏଡିଓ କୃତିବାସ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।