ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚତୁର୍ଥ ପ୍ରତିଷ୍ଠା ବାର୍ଷିକ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଏକ ରାଜ୍ୟସ୍ତରୀୟ ସଂଘ । ଯାହାର ଶାଖା ସମ୍ବଲପୁର, ବ୍ରହ୍ମପୁର, ବାରିପଦା ଓ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରେ ଅଛି । ବିଗତବର୍ଷରେ ତା ୨୩.୧୨.୨୦୨୦ ଜନ୍ମ ତାରିଖରେ ଆରଇଏ, ସିଏଚ୍‌ଏସ୍‌ଇ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ ଚରଣ ସ୍ୱାଇଁଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିଲା । ଏହାର ପଞ୍ଜିକୃତ ସଂଖ୍ୟଶ ୨୭୧୦-୫୭/୨୦୨୦-୨୧ । ଆରଇଏ, ସିଏଚ୍‌ଏସ୍‌ଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା, ଭୁବନେଶ୍ୱର । ଏହାର ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି, ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ଉପସଭାପତି ଶ୍ରୀ ଶକ୍ତି ପ୍ରସନ୍ନ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ମଙ୍ଗଳୁ ସାହୁ ଅଟନ୍ତି । ଆଜି ଦିବସକୁ ତା ୨୩.୧୨.୨୦୨୪ରିଖରେ ୪ର୍ଥ ପ୍ରତିଷ୍ଠା ବାର୍ଷିକ ଦିବସ ପାଳନ କରିବାକୁ ଜେନେରାଲ ବଡ଼ିରେ ଘୋଷଣା ହୋଇଥିଲା ଏବଂ ଆଜି ତାହା ଗୀତଗୋବିନ୍ଦ ସଦନରେ ପ୍ରତିଷ୍ଠା ଦିବସ ରୂପେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂଙ୍କ ସାରସ୍ୱତ ଭାଷଣ ସମସ୍ତଙ୍କ ମନ ମୁଗ୍ଧ କରିଥିଲା । ଓଡ଼ିଶାର ପ୍ରଖ୍ୟାତ ଶିକ୍ଷାବିତ୍ ତଥା ସମବାୟ ହ୍ୟାଣ୍ଡଲୁମ୍ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଶିକ୍ଷା ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ ।
ଶ୍ରୀଯୁକ୍ତ ବାବୁ ସିଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଚିବ ଶ୍ରୀ ବାଇଧର ପ୍ରଧାନଙ୍କୁ ସମ୍ମାନିତ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଭୁବନେଶ୍ୱର ଏମ୍‌ଏସିପି, ଆରଏସିପି ପ୍ରଦାନ କରିଥିବାରୁ ସିଏଚ୍‌ଏସ୍‌ଇ ପରିଷଦ ଚେୟାରମ୍ୟାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ଅବସରରେ ୧୦ଜଣ କୃତି ଇଞ୍ଜିନିୟରଙ୍କୁ ସମ୍ମାନ ଫଳକ ପ୍ରଦାନ କରାଯାଇ ମୋଟ ୪୭ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ୱରରୁ ସମସ୍ତ ଜୋନ୍ ଅଫିସ୍‌ରୁ ଗୀତଗୋବିନ୍ଦ ସଦନରେ ଯୋଗଦାନ କରିଥିଲେ । ଶ୍ରୀ ଶକ୍ତିପ୍ରସନ୍ନ ନାୟକ ଉପସଭାତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ସୁଚାରୁ ରୂପେ ଯୋଗଦାନ କରିଥିବାରୁ ସଭାପତି ଶ୍ରୀ ବିଶ୍ୱନାଥ ମହାନ୍ତି ସମସ୍ତ ମନ୍ତ୍ରୀ, ଅତିଥି ତଥା ପରିଷଦର ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସର୍ବଶେଷରେ ପ୍ରସାଦ ସେବନ କରି ଖୁସିରେ ବିଦାୟ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ