ଇଣ୍ଟର ଜାଭିୟର୍ସ ଟାଲେଣ୍ଟ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର,(ଅନିଲ କୁମାର):ମିନାକ୍ଷୀ ନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ତିନି ଦିନ ଧରି ଆୟୋଜିତ ହେଉଥିବା ଇଣ୍ଟର ଜାଭିୟର୍ସ ଟାଲେଣ୍ଟ ପ୍ରତି ଯୋଗିତା ସହ ସ୍କୁଲ ର ବାର୍ଷିକ ଉତ୍ସଵ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି। ଅନ୍ତିମ ଦିବସରେ ଅନୁରୂପ ବିଭିନ୍ନ ପ୍ରତିଯୋଗିତାରେ ଗଞ୍ଜାମ ସମେତ ଓଡ଼ିଶା, ଛତିଶ ଗଡ଼, ୱେଷ୍ଟ ବେଙ୍ଗେଲ, ହରିୟଣା, ଉତ୍ତର ପ୍ରଦେଶ,ଆଦି ସ୍ଥାନ ର ଜାଭି ୟର୍ସ୍ ସ୍କୁଲ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ବିଚାରକ ରୂପେ ସାବନା ଦାସ, ସ୍ମୃତି ପଣ୍ଡା, ଆଭା ପାଣିଗ୍ରାହୀ, କରିସ୍ମା ଖାନ, ଇଂ ଯାମିନି କାନ୍ତ ଦାସ, ଡ ବନ୍ଦିତା ପଣ୍ଡା ଓ.ପ୍ରଫେସର ଅଗ୍ନି ବେହେରା.ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିତ ସଭାର ଦ୍ଵିତୀୟ ଦିବସରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମେୟର ସଂଘମିତ୍ରା ଦଳାଇ, ଜାଭିୟର୍ସ ନିର୍ଦ୍ଦେଶକ ଡ. ପିସି ମହାନ୍ତି, ସିଇଓ ମୁକେଶ ସରାଫ, ସଂପାଦିକା ପ୍ରିୟମ୍ବଦା ଦାସ, ସ୍କୁଲ ଅଧକ୍ଷ ପ୍ରଫେସର୍ କେସି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ତୃତୀୟ ତଥା ଅନ୍ତିମ ଦିବସରେ ମୂଖ୍ୟ ଅତିଥି ରୁପେ ଦକ୍ଷିଣାଞ୍ଚଳ ଡି ଆ ଇ ଜି ଡ ସାର୍ଥକ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୁପେ ଓଲିଉଡ ସୁପରଷ୍ଟାର ଶୁଭାଶିଷ ଶର୍ମା, ଗାୟିକା ଅନୁରାଧା ପାଣିଗ୍ରାହି, ସାହିତ୍ୟ ଏକାଡେମି ସମ୍ମାନ ପ୍ରାପ୍ତ ସୁସ୍ମିତା ଦାସ, ଇଣ୍ଟରନେସ୍ନାଲ ଟ୍ରେନର, ବି.ରମେଶ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ସ୍କୁଲ ନିର୍ଦ୍ଦେଶକ ଡ଼, ଗୋରୀ ଶଙ୍କର (ପଣ୍ଡା ) ସ୍ଵାଗତ ଭାଷଣ ଆଉ ଚେୟାରମେନ ତଥା ପରିଚାଳନା ନିର୍ଦେଶକ ଡ ଜି. ଏସ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମାଷ୍ଟର ଅଫ ସେରମୋନି ଇଂ କୁନାଲ କୌଶିକ ପଣ୍ଡା କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଏଥିରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆଉ କର୍ମଚାରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଅଧ୍ୟକ୍ଷ କାଁହୁ ଚରଣ ପଣ୍ଡା, ରାହୁଲ ରାଜ ପଣ୍ଡା , ଅଧ୍ୟକ୍ଷା ପ୍ରିୟମ୍ବଦା ଦାସ, ପ୍ରଫେସର କେ ସି ପଣ୍ଡା,ଆଞ୍ଚଳିକ ଶିକ୍ଷା ସଂଯୋଜିକା ଉଷାରାଣୀ ପଟ୍ଟନାୟକ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀ ଡ୍.ବିନାୟକ ସାହୁ ଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍ ଉପସ୍ଥିତ ଥିଲେ । ସେହି ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ କରା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ