ଜିଲ୍ଲାସ୍ତରୀୟ ‘ୱାନ୍ ହେଲ୍ଥ’ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ
କଟକ, (ଓ୍ବାଇଏନଏସ): ଜିଲ୍ଲାସ୍ତରୀୟ ‘ୱାନ୍ ହେଲ୍ଥ’ ଟାସ୍କଫୋର୍ସ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ‘ୱାନ୍ ହେଲ୍ଥ’ ଆଭିମୁଖ୍ୟର କାର୍ଯ୍ୟକାରିତା ଉପରେ ବିସ୍ତୁତ ଆଲୋଚନା କରଯାଇଥିଲା। ବିଶେଷକରି ଦେଖା ଦେଉଥିବା ପଶୁପକ୍ଷୀମାନଙ୍କଠାରୁ ମଣିଷଙ୍କୁ ସଂକ୍ରମିତ ହେଉଥିବା ରୋଗ (zoonotic diseases) ଗୁଡ଼ିକର ନିୟନ୍ତ୍ରଣ କରିବା ସହ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ସ୍ଵାଇଁ ମାନବ ସ୍ୱାସ୍ଥ୍ୟ , ପ୍ରାଣୀସ୍ୱାସ୍ଥ୍ୟ ଓ ସୁସ୍ଥ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ । ଜଳାତଙ୍କ, ସ୍କ୍ରବଟାଇଫସ , ହେପ୍ଟୋସାଇରୋସିସ, ଆନ୍ଥ୍ରାକ୍ସ, ବ୍ରୁସେଲୋସିସ, ଜାପାନୀ ମସ୍ତିଷ୍କ ଜ୍ଵର, ନିପାଭାଇରସ ରୋଗ, ଅଭିଯାନ ଇନଫ୍ଳୁଏଞ୍ଜା ରୋଗର ନିରାକରଣ, ଲକ୍ଷଣ ସଂକ୍ରମିତର କାରଣ ଉପରେ ଆଲୋକପାତ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ସ୍ୱାସ୍ଥ୍ୟ, ପ୍ରାଣୀ ସମ୍ପଦ, ପୋଲିସ, ଶିକ୍ଷା, ବନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ସଂକ୍ରାମକ ରୋଗର ପ୍ରତିରୋଧ ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା କରିଥିଲେ ।


