ମଣ୍ଡିରୁ ଉଠୁନି ଧାନ ରାଜରାସ୍ତାକୁ ଓହ୍ଲାଇବ ଜିଲ୍ଳା ବିଜୁଜନତା ଦଳ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର) – ଗତ ୧୬ ତାରିଖରେ ମଣ୍ଡିର ଶୁଭାରମ୍ଭ ହୋଇଥିଲେ ସୁଦ୍ଧା ଏଯାଏଁ ମଣ୍ଡିରୁ ଉଠୁ ନାହିଁ ଧାନ ଆଜି ପର୍ଯ୍ୟନ୍ତ ମଣ୍ଡି ଗୁଡିକରେ ଚାଷୀ ମାନେ ଖରାବର୍ଷା ରେ ଗତ ଏକ ସପ୍ତାହ ଧରି ଧାନ ରଖିଥିଲେ ମଧ୍ୟ ଚାଷୀ ମାନଙ୍କୁ ଟୋକନ ଦିଆ ନଯିବା ଏବଂ ନିଜ ଧାନକୁ ଜଗି ରହିବା ପାଇଁ ମଣ୍ଡିର କର୍ମଚାରୀ ମାନେ ବାଧ୍ୟ କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ରାଜ୍ୟ ବିଜେଡି ଉପସଭାପତି ତଥା ଜାତୀୟ ପ୍ରବକ୍ତା ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତିା ସେ ଆହୁରି ପ୍ରକାଶ କରିଛନ୍ତି ଯେ, ମୋହନ ସରକାର ଯାହା କୁହନ୍ତି ତାହା କାର୍ଯ୍ୟରେ ପରିଣତ ହୁଏନାହିଁ ବୋଲି ଆଜି ଏକ ପ୍ରତିନିଧି ଦଳ ବିଭିନ୍ନ ମଣ୍ଡି ପରିଦର୍ସନ କରି ତାହାର ସତ୍ୟତା ଜାଣିବାକୁ ପାଇଛନ୍ତି । ଜାତୀୟ ରାଜପଥ କଡରେ ଥିବା ଶିଖପାଲ୍ଲୀ ମଣ୍ଡିରେ ଚାଷୀ ମାନେ ଧାନ ରଖିଥିଲେ ମଧ୍ୟ ସେମାନଙ୍କର ଆଇ ଟେଷ୍ଟ କରା ଯାଇଥିଲା କିନ୍ତୁ ତାଙ୍କୁ ଧାନ ଦେଇଥିବା ରସିଦ (ଭେଣ୍ଡର ରସିଦ) ପ୍ରଦାନ କରା ଯାଇ ନାହିାଁ ଏଥିସହ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ତୁମ ଧାନକୁ ତୁମେ ଜଗିକି ରୁହ, ଚୋରୀ ହେଲେ ଆମେ ଦାୟୀ ନାହୁଁ ବୋଲି ଚାଷୀ ମାନଙ୍କୁ ଧମକାଉଥିବା ଚାଷୀ ମାନେ ଅଭିଯୋଗ କରିଥିଲୋ ଏ ସମ୍ବନ୍ଧରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ ପ୍ରକାଶ କରିଥିଲେ ଲାଇନ ନଥିବାରୁ ସେମାନଙ୍କୁ ରସିଦ ଦିଆ ଯାଇପାରୁନାହିାଁ କିନ୍ତୁ ଉପସ୍ଥିତ ସତାଧୀକ ଚାଷୀ ଏହାକୁ ମିଥ୍ୟା କଥା ବୋଲି ଅଭିଯୋଗ କରିଥିଲେ। ଚାଷୀ ମାନଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଝୋଟ ଅଖାବସ୍ତା ଯୋଗାଇ ଦିଆ ଯାଇନାହିାଁ ସାରା ରାଜ୍ୟରେ ମିଲର ମାନେ ଦୀର୍ଘ ବର୍ଷ ଧରି ଅରୁଆ ଚାଉଳ ପାଇଁ କ୍ୱିଂଟାଲ ପ୍ରତି ୧୫ ଟଙ୍କା ଏବଂ ଉସୁନା ଚାଉଳ ପାଇଁ ୨୫ ଟଙ୍କା ପାଉଥିବା ବେଲେ ଏହାକ ବୃଦ୍ଧି କରିବା ପାଇଁ ସଂଘ ଦାବି କରି ଆସୁଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉ ନଥିବାରୁ ମିଲର ମାନେ ଧାନ ଉଠାଉ ନଥିବା ସମସ୍ୟା ଥିବା ଶ୍ରୀ ମାଝି ପ୍ରକାଶ କରିଛନ୍ତିା ପଡୋଶୀ ରାଜ୍ୟ ଛତିଶଗଡରେ ଚାଉଳ କ୍ୱିଂଟାଲ ପ୍ରତି ମିଲିଙ୍ଗ ପାଇଁ ୭୦ରୁ ୮୦ ଟଙ୍କା ଦେଉଥିବା ବେଳେ ଓଡିଶା ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ମିଲର ସଂଘ ଅଭିଯାଗ କରିଛନ୍ତିା ଆସନ୍ତା ଜାନୁଆରି ୧୦ ତାରିଖ ମଧ୍ୟରେ ଜିଲ୍ଲାର ଚାଷୀଙ୍କ ସମସ୍ୟା ଓ ପ୍ରତି ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ସହ ରସିଦ ପ୍ରଦାନ ଏବଂ ପାଂଚଦିନ ମଧ୍ୟରେ ଚାଷୀଙ୍କ ଖାତାକୁ ବିକ୍ରି ଅର୍ଥ ଦିଆ ନଗଲେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ଓ ଚାଷୀ ଆନ୍ଦୋଳନ କରି ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ବୋଲି ଚେତାବନି ଦେଇଛନ୍ତି । ଏହା ସମ୍ମିଳନୀରେ ବିଜେଡ଼ି ଜିଲ୍ଳା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମି ପୌରୋହିତ୍ୟ କରିଥିବା ବେଳେ ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ମୁନିସିପାଲିଟି ଉପାଧ୍ୟକ୍ଷା କବିତା ମାହୁନ୍ତ, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମୁକା ମାଡକାମି ଏଵଂ କୁନି ଭୂମିଆ ଙ୍କ ସମେତ ବରିଷ୍ଟ ଆଇନଯିବୀ ଗୋପାଳ କୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।