ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆସିକାରେ ନବବର୍ଷ ଶୁଭେଚ୍ଛାର ପର୍ବ ପାଳିଚ

ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବିଧାନସଭା ନିର୍ବାଚନ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ହସଖୁସିରେ ଓ ହର୍ଷୋଲ୍ଲାସରେ ନବବର୍ଷ ୨୦୨୫ ଅବସରରେ ଶୁଭେଚ୍ଛାର ପର୍ବ ପାଳିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ନେତୃତ୍ୱରେ ଦଳୀୟ ନେତା ଜୟସେନ ସ୍ୱାଇଁ, ନଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ସାଇରାଜ ଦଳେଇ, ବିମଳ ପ୍ରଧାନ, ସନ୍ତୋଷ ନାହାକ, ଶିବରାମ ପାଣିଗ୍ରାହୀ, ଶିବ ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ, ରାଜେଶ୍‍ ଜେନା, ସିମାଂଚଳ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଗୌଡ, ରବିନ୍ଦ୍ର ସାହୁ, ନିଳାଂଚଳ ମହାରଣା, ଉଦିତ୍‍ ପାଢୀଙ୍କ ସମେତ ବହୁ ଦଳୀୟ ନେତା ପୁରୁଣା ବର୍ଷ ୨୦୨୪କୁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ବିଦାୟ ଦେଇ ନୂଆଁବର୍ଷ ୨୦୨୫କୁ ସ୍ୱାଗତ କରିବା ସହ ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଆସିକା ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା ଓ ହରେକୃଷ୍ଣ ମଲିକ, ବରିଷ୍ଠ ବିଜେଡି ନେତା ଶିବ ନାହାକ, ଦିଲୀପ କୁମାର ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତ, ଭବାନୀ ଶଙ୍କର ମଲିକ, ରାଜେଶ୍‍ କୁମାର ପଟ୍ଟନାୟକ, ଅନିଲ୍‍ କୁମାର ନାୟକ, ସନ୍ତୋଷ କୁମାର ପୋଲାଇ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡାଙ୍କ ସମେତ ବହୁ ଦଳୀୟ ନେତାଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ଏହି ନୂତନ ବର୍ଷ ୨୦୨୫ ମସିହା ସମସ୍ତଙ୍କ ପାଇଁ ସୁଖମୟ ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ