ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ସଭାଗୃହ ଠାରେ ଓଡ଼ିଶା କୋଠାବାଡ଼ି ଓଃ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଆନୁକୂଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏବଂ ଅଣ ସଂଗଠିତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କୁଚିଣ୍ଡା ବ୍ଳକ ସମ୍ମିଳନୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ ସଭାପତିତ୍ବ କରି କୁଚିଣ୍ଡା ଅଞ୍ଚଳର ବିଭିନ୍ନ ଗ୍ରାମରୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ନୂତନ ଆବେଦନ ଏବଂ ତଥ୍ୟ ଯାଞ୍ଚ୍ ପାଇଁ ଆସିଥିବା ଶ୍ରମିକ ମାନଙ୍କୁ ଏହି ପରିଚୟପତ୍ର ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ଏହି ଯୋଜନାରେ ସଂପର୍କରେ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଆବେଦନ ସମୁଦାୟ ୨୧୦ ଜଣଙ୍କ ଫର୍ମ ତଥ୍ୟ ଯାଞ୍ଚ୍ ସରିଥିବା ବେଳେ , ୧୫୦ ଜଣ ଶ୍ରମିକଙ୍କ ନୂତନ ଆବେଦନ ପାଇଁ ଫର୍ମ ପୂରଣ କରିଥିଲେ। ଏହି ଅବସରରେ ସହ ଶ୍ରମ ଅଧିକାରୀ ସମ୍ବଲପୁର ବ୍ରଜେଶ କୁମାର ହୋତା,ଏପିଓ କୁଳବନ୍ତ ବାଘ,ତରୁଣ କୁମାର, ତ୍ରିଲୋଚନ ବାରିକ, ଅଜିତ କୁମାର ପ୍ରଧାନ ପ୍ରମୁଖ ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରମିକ ମାନଙ୍କ କହିବା ଅନୁଯାୟୀ କୁଚିଣ୍ଡା ଅଞ୍ଚଳରେ ଉପଖଣ୍ଡ ସ୍ତରୀୟ ନିର୍ମାଣ ଶ୍ରମିକ ପରିଚୟ ପତ୍ର ତିଆରି ନିମନ୍ତେ ଏକ ବ୍ରାଞ୍ଚ୍ ର ଆବଶ୍ୟକତା ନିହାତି ଜରୁରୀ ବୋଲି କହିଥିଲେ।


