ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାରିପୁର ରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାରିପୁର ରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | କ୍ରୀଡା ଶିକ୍ଷକ ସୁଧାସିନ୍ଧୁ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ର କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ |ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ବଡିଆଁ, ଉଚ୍ଚଡିଆଁ, ଥ୍ରୋ ଇଭେଣ୍ଟ, ଧୀର ସାଇକେଲ ଚାଳନା, ମ୍ୟୁଜିକ ଚେୟାର, ସଂଗୀତ, ଝୋଟି ମୁରୁଜ, ଅଖା ଦୌଡ, ଫ୍ୟାନ୍ସୀ ଡ୍ରେସ ଆଦି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଉଦଯାପନୀ ଉତ୍ସବରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଦଲ କୁମାର ଜେନା,ମନୋରଞ୍ଜନ ସାହୁ, ଦିବ୍ୟସିଂ ସୋରେନ, ଆଲୋକ କୁମାର ଦାସ, ପ୍ରଦୀପ କୁମାର ସାହୁ ଶିକ୍ଷୟିତ୍ରୀ ସୋନାଲି ସାହୁ ପ୍ରମୁଖ ପରିଚାଳନା କରିଥିଲେ |