କେସିଙ୍ଗା ସହର ରେ ସରକାରୀ ବାବୁ ମାନଙ୍କ ଅବହେଳାରୁ ନିୟମ କୁ ଫୁ କରି ଖୋଲୁ ଅଛି ସପିଙ୍ଗି ମହଲ୍

କେସିଙ୍ଗା, (ମାଧବ ସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ଅନ୍ୟତମ ବ୍ୟବସାୟିକ ଅଞ୍ଚଳ କେସିଙ୍ଗାରେ ସରକାରୀ ବାବୁ ମାନଙ୍କ ଅବହେଳାରୁ ନିୟମ କୁ ଫୁ କରି ଖୋଲୁ ଅଛି ସପିଙ୍ଗି ମହଲ୍ । ଯାହା ଫଳରେ କେସିଙ୍ଗା ସହରରେ ଟ୍ରାଫିକ ସମସ୍ୱା ଦିନକୁ ଦୀନ ତୀବ୍ରତର ହେବାକୁ ବସିଲାଣି। ଏହାକୁ ନେ଼ଇ ବାରମ୍ବାର ସିଟିଜନ ଫୋରମ୍ , ପୋଲିସ୍ ଅଧିକାରି, ଗଣମାଧ୍ୟମ ପ୍ରତିନିଧି, କେସିଙ୍ଗା ବିଜ୍ଞାପିତ ପାରିଷଦ ର ସଦସ୍ବ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବହୁବାର ହେଲାଣି ଆଲୋଚନା। କିନ୍ତୁ ଏହି ସମସ୍ଵା ର ସମାଧାନ ହେବା ପରିବର୍ତ୍ତେ ଦିନକୁ ଦୀନ ବଢ଼ିବାରେ ଲାଗିଛି। ସଦ୍ୟ ତମ ଉଦାହରଣ ହେଉଛି କେସିଙ୍ଗା ସହରରେ ସବୁଠାରୁ ବଡ ଓ ଅତ୍ୟାଧୁନିକ କପଡ଼ା ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ଜୋରସୋର ପ୍ରଚାର ହେଉଛି । ୪ ମହଲା ବିଶିଷ୍ଟ ଏହି ବାଣିଜ୍ୟିକ ପ୍ରତିଷ୍ଠାନରେ ଆବଶ୍ୟକ ଭିତ୍ତିଭୂମି ନ‌ଥିବା ଅଭିଯୋଗ ହେଉଛି । ଧରାଧରି କରି କାଗଜପତ୍ର ହାସଲ କରିଥିଲେ ମଧ୍ୟ ବାଣିଜ୍ୟିକ ପ୍ରତି ପ୍ରତିଷ୍ଠାନ ଲାଗି ନିଦ୍ଧାରିତ ନିୟମକୁ ସଂପୂର୍ଣ୍ଣ ଏଡେଇ ଦିଆଯାଇଛି । ସୂଚନା ଅନୁସାରେ, କେସିଙ୍ଗା ଜାତୀୟ ରାଜପଥ-୨୬ ଜଗନ୍ନାଥ ପଡା ଛକ ନିକଟରେ ଖୋଲୁଥୁବା ବ୍ୟବସାୟିକ ପ୍ରତିଷ୍ଠାନରେ ପାକିଂ ବ୍ୟବସ୍ଥା ପର୍ଯ୍ୟନ୍ତ ନଥିବା ଓ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ଗୁରୁତର ହେବ ବୋଲି ଆଶଙ୍କା କରାଯାଉଛି । ରାଜପଥ ନାଳ ପାଖରୁ ୩୬ ଫୁଟ ପାର୍ଟି ପାଇଁ ଛାଡିଥିବା ସ୍ଥାନୀୟ ଏନ୍‌ଏସିରୁ ନେଇଥିବା ପ୍ଲାନିଂରେ ଦର୍ଶାଇଛନ୍ତି । ବ୍ୟୟବହୁଳ ଓ ୪ ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଜରୁରୀ ଅଗ୍ନି ନିରାପତ୍ତା । ପ୍ରତିଷ୍ଠାନରେ ସେଭଳି କୌଣସି ଅଗ୍ନି ନିର୍ବାପନ ନେଇ ସୁବିଧା ନଥିବା ବେଳେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବିଭାଗ ପକ୍ଷରୁ ଅଣାଯାଇ ନଥିବା ସୂଚନା ମିଳିଛି । ସ୍ଥାୟୀ ପାକିଂ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ ହେଁ କେମିତି ଏତେବଡ଼ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଲା ତଦନ୍ତ ସାପେକ୍ଷ । କୋଟି କୋଟି ଟଙ୍କା ବିନିମୟରେ ଏହି ଦୋକାନ ଖୋଳୁଥିବା ବେଳେ ଲୋକଙ୍କ ସୁରକ୍ଷା ଚିନ୍ତା ନକରିବା କୌତୁହଳ ସୃଷ୍ଟି କରୁଛି । ଏ ନେଇ ଜିଲା ଅଗ୍ନିଶମ ଅଧୂକାରୀ ଅବନୀ ସ୍ବାଇଁଙ୍କୁ ଯୋଗାଯୋଗ କରିବାରୁ, ଅଗ୍ନି ନିରାପତ୍ତା ନେଇ ସେଭଳି କେହି ପ୍ରମାଣପତ୍ର ନେଇ ନଥିବା ପ୍ରକାଶ କରିଛନ୍ତି । ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଆବଶ୍ୟକ କି ନୁହେଁ ବୋଲି ଶ୍ରୀ ସ୍ଵାଇଁଙ୍କୁ ପଚାରିବାରୁ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ଲି ସେ କହିଛନ୍ତି । ସେହିପରି ଏହି ଦୋକାନକୁ ବିଜୁଳି ସଂ “ଯୋଗ ହୋଇଥିବା ବେଳେ ରାଜପଥ ଆଡକୁ ଦୋକାନ ସମ୍ମୁଖ ପଟକୁ ଟ୍ରାନ୍ସଫର୍ମର ଲଗାଯାଇଥିବାରୁ ଏହାକୁ ନେଇ ମଧ୍ୟ ସହରବାସୀ ପ୍ରଶ୍ନ ଉଠେଇଛନ୍ତି । ପଛପଟେ ମାଲିକଙ୍କ ଅନେକ ଜାଗା ଥିବା ବେଳେ ରାସ୍ତା ଆଡ଼କୁ ଟ୍ରାନ୍ସଫର୍ମର ଲଗେଇବା ଅନୁମତି କାହିଁକି ବିଜୁଳି ବିଭାଗ ଦେଲା ତାହା ଚର୍ଚ୍ଚା ର ବିଷୟ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ