କୁକୁଡ଼ାଖଣ୍ଡି ତହସିଲର ୪୭୭୭ ଚାଷୀ ପାଇବେ କ୍ଷତିପୂରଣ
କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): ଚଳିତ ବର୍ଷ ଅଦିନିଆ ବର୍ଷାରେ କୁକୁଡ଼ାଖଣ୍ଡି ତହସିଲର ଚାଷୀମାନଙ୍କ ଖରିଫ ଧାନ ଫସଲ ନଷ୍ଟ ହୋଇଥିଲା । ଚାଷୀଙ୍କ ଅଭିଯୋଗ ପରେ ରାଜସ୍ୱ ଅଧିକାରୀମାନେ କ୍ଷତିଗ୍ରସ୍ତ ଚାଷ ଜମି ଉପରେ ରିପୋର୍ଟ ଦେଇଥିଲେ । ସରକାରୀ ସ୍ତରରେ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କୁକୁଡ଼ାଖଣ୍ଡି ତହସିଲକୁ ୩କୋଟି ୫୨ଲକ୍ଷ ୩୭ହଜାର ୪୩୮ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ତହସିଲଦାର ସପନ କୁମାର ସାହୁ । ଏହି ତହସିଲ ଅନ୍ତର୍ଗତ କୃପାସିନ୍ଧପୁର, କୁକୁଡ଼ାଖଣ୍ଡି, ଆଙ୍କୁଶପୁର, ଲାଠୀ, ଚଣ୍ଡିପଦର, ନିମଖଣ୍ଡି, ଗୁରୁଣ୍ଠି, ଦକ୍ଷିଣପୁର,ବନ୍ଥପଲ୍ଲୀ,ବାଲିପଡ଼ା,ସିହଳା,ବୋରିଗାଁ,ପାଣ୍ଡିଆଝୋଳି,ବଉଳଝୋଳି ରାଜସ୍ୱ ସର୍କଲର ୧୪ ରାଜସ୍ୱ ଓ ଜଙ୍ଗଲ ଅଧିକୃତ ୮୬ ଗ୍ରାମର ୪୭୭୭ ଜଣ ଚାଷୀ ଏହି କ୍ଷତିପୂରଣ ଅର୍ଥ ପାଇବେ ।