କୁକୁଡାଖଣ୍ଡି ଶିବ ମନ୍ଦିରରୁ ଚୋରି
କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): ଗତ କାଲି ଅର୍ଥାତ ମଙ୍ଗଳବାର ବିଳମ୍ବିତ ରାତ୍ର ରେ କୁକୁଡାଖଣ୍ଡି ମୁକ୍ତେଶ୍ଵର ଶିବ ମନ୍ଦିର ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି, ସକାଳୁ ସକାଳୁ ମନ୍ଦିର ପୂଜାରୀ ମନ୍ଦିର କୁ ଗଲାବେଳେ ମନ୍ଦିର ର ମୁଖ୍ୟ ଫାଟକ ର ତାଲା ଭାଗିଥିବା ଓ ମନ୍ଦିର ହୁଣ୍ଡୀ ଭାଙ୍ଗିଥିବା ମନ୍ଦିର ସଭାପତି କୁ ଜଣାଇଥିଲେ, ସଭାପତି ଜାଣିବା ପରେ କମିଟି ସଦସ୍ୟ ମାନଙ୍କୁ ଜଣାଇ ଘଟଣା ସ୍ଥଳରେ ସଭାପତି ଓ କମିଟି ସଦସ୍ୟ ଉପସ୍ଥିତ ହୋଇଥିଲେ, ମନ୍ଦିର ଚାରିପଟେ ଦେଖିବା ପରେ ସଦର ଥାନା କୁ ଜଣାଇଥିଲେ, ମନ୍ଦିରରେ ଶିଶିଟିଭି ଲାଗିଥିବା ବେଳେ ଶିଶିଟିଭି ଭାଙ୍ଗି ହାର୍ଡ ଡିସ୍କ କୁ ନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି, ମନ୍ଦିର ହୁଣ୍ଡୀ ରେ ପ୍ରାୟ 20 ହଜାର ରୁ ଉର୍ଦ୍ଧ ଟଙ୍କା ଥିବା କହିଛନ୍ତି ମନ୍ଦିର ସଭାପତି ସାକା ସୁଜିତ କୁମାର, ପୂର୍ବରୁ ମଧ୍ୟ ମନ୍ଦିର ରୁ ଚୋରି ହୋଇଥିବା କହିଛନ୍ତି ମନ୍ଦିର ସଭାପତି ସୁଜିତ କୁମାର, ସଦର ଥାନାରେ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ସନ୍ଧନୀ କୁକୁର ଆଣି ତନା ଘନ କରିଥିଲେ, କୁକୁଡାଖଣ୍ଡି ଅଂଚଳ ର ଏକାଧିକ ମନ୍ଦିର ରୁ ହୁଣ୍ଡୀ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହେଉଛି, ପୋଲିସ ର କଡାକଡି ପେଟ୍ରୋଲିଙ୍ଗ କରିବା ନେଇ ଅଂଚଳ ବାସି ଅଭିଯୋଗ କରିଛନ୍ତି, ଏ ନେଇ ସଦର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା କହିଛନ୍ତି ସଦର ଥାନା ଅଧିକାରୀ ଶୁଭ୍ରମନ୍ୟୁ ପ୍ରଧାନ ସୂଚନା ଦେଇଛନ୍ତି.