ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ୩୯ତମ ବାର୍ଷିକୋତ୍ସବ
ଆସିକା, (ୱାଇଏନ୍ଏସ୍):ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଓ ନିରଂଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ବାର୍ଷିକୋତ୍ସବ ଗୁରବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ସଭାପତିତ୍ୱ ଏବଂ ଯୁକ୍ତତିନି ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍ ଓ ଯୁକ୍ତଦୁଇ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପିକା ଡଃ ଉର୍ମିଳା ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ବିଭାଗ ଦକ୍ଷିଣାଞ୍ଚଳ ଜୋନ୍ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢୀ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଜୋନ୍ର ଆଞ୍ଚଳିକ ଉପନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ଦାଶ ଯୋଗଦେଇ ଉଚ୍ଚଶିକ୍ଷାର ବିକାଶ ଲାଗି ବିଦ୍ୟାର୍ଥୀ ମାନେ ନିଷ୍ଠା, ଏକାଗ୍ରତା ଓ ଅଙ୍ଗୀକାରବଦ୍ଧତାକୁ ଜୀବନର ଏକ ବ୍ରତ ଭାବେ ଗ୍ରହଣ କରି ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରିବାକୁ ଆହ୍ୱାନ କରିଥିଲେ । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ ନିରଂଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ବାର୍ଷିକୋତ୍ସବ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ବେଳେ ଆଗନ୍ତୁକ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନା କରାଯାଇଥିଲା । ଶିକ୍ଷାନୁଷ୍ଠାନର ୩୯ତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଓ ନିରଂଜନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଅଧ୍ୟାପକ ଗଣେଶ୍ୱର ମାଝୀ, ଡଃ କେ.ଓମ୍ ନାରାୟଣ ରାଓ, ଗୋପୀନାଥ କର, ଶ୍ରୀମତୀ ଭାରତୀ ପ୍ରଧାନ, ଜଗନ୍ନାଥ ସାମଲ, ଡଃ ଲକ୍ଷ୍ମଣ କୁମାର ସୋରେନ୍, ଡଃ ଉର୍ମିଳା ମୁଦୁଲି, ରିଙ୍କି ନାହାକ, ପୂର୍ଣ୍ଣବାସୀ ବେହେରା, ଡଃ ଲୀନା ଲିଲିୟାନ୍, ମନ୍ମଥ କୁମାର ମୁନି, ଭାଗ୍ୟଶ୍ରୀ ବେହେରା, ବି.ପାଣ୍ଡବ ରେଡି, ଶ୍ରୀବାସ୍ ପାତ୍ର, ଡଃ ଜୟପ୍ରଦା ମହାପାତ୍ର, ଆଶୀର୍ବାଦକୃଷ୍ଣ ମହାନ୍ତି, ଶୁଭପ୍ରସାଦ ପାତ୍ର, ଇତିଶ୍ରୀ ପଣ୍ଡା, ଡଃ ଯଶଶ୍ରୀ ମଲିକ, ଶ୍ରଦ୍ଧାଂଜଳୀ ମଲିକ, ମମତା ନିଶାଙ୍କ, ରଶ୍ମିରଂଜିତା ଲେଙ୍କା, ଡଃ ସୁପ୍ରିୟା ଦାଶ, ଚାନ୍ଦିନୀ ସେଠୀ, ରଜନୀରାଣୀ ତାରିଣୀ, ଡଃ ପ୍ରମୋଦ ତିଆଡି, ସନାତନ ପ୍ରଧାନ, କ୍ରିଷ୍ଣା କୁମାରୀ ପାତ୍ର, ପ୍ରତିଭାରାଣୀ ନାୟକ, ସୁଧାଂଶୁ କୁମାର ହୋତା, ସେଫାଳୀ ସୁଚରିତା ପ୍ରଧାନ, ରଜନୀ ରାଉତ, ସୁଶିଲ୍ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ସାହୁ, ଚିନ୍ମୟ କୁମାର ବାରିକ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ରାଜେଶ୍ୱରୀ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ୧୯୮୦ମସିହା ସେପ୍ଟମ୍ବର ମାସ ୬ତାରିଖରେ ସ୍ଥାପିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟକୁ ରାଜ୍ୟ ସରକାର ୧୯୯୩ମସିହା ଫେବୃଆରୀ ମାସ ୧ତାରିଖରେ ନିଜହାତକୁ ନେଇଥିଲା ବେଳେ ଏହି ପୁରାତନ ଶିକ୍ଷାନୁଷ୍ଟାନର ବହୁ ସୁନାମ ରହିଥିଲା ବେଳେ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପ୍ରତିଭା କେବଳ ଆସିକା ଅଞ୍ଚଳ ନୁହେଁ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରେ ଏକ ଜ୍ୱଳନ୍ତ ଉଦାହରଣ ଭାବେ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ଦକ୍ଷତା ରହିଥିବା ବେଳେ ଛାତ୍ରୀମାନେ ଜ୍ଞାନ ଆହରଣ ଠାରୁ ଆରମ୍ଭ କରି ଖେଳକୁଦ ସମେତ ପ୍ରତିଟି କ୍ଷେତ୍ରରେ ଯେଉଁ ସଫଳତା ପାଇଚାଲିଛନ୍ତି ତାହାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଂଶସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।