ନନ୍ଦିପଦା ହାଟ ହାଇସ୍କୁଲର ବାର୍ଷିକ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମୁକୁନ୍ଦ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିପଦା ହାଟର ବାର୍ଷିକ ଉତ୍ସବ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଯେନାଙ୍କ ସଭପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ସଂଘର ରାଜ୍ୟ ସହ ସମ୍ପାଦକ ତଥା କଳିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତୁଞ୍ଜୟ ପଳେଇ, ମୁଖ୍ୟ ବକ୍ତା ଭାବେ ଓଷ୍ଟାର ବ୍ଲକ ସଭାପତି ତଥା ଶାସଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ସଂମ୍ମାନିତ ବକ୍ତା ଭାବେ ଓରାଳି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ, ସଂମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଦିଲୀପ କୁମାର ଯେନା, ମୋ ସ୍କୁଲ ଅଭିଯାନର ସଭ୍ୟ ଲୋକନାଥ ନାୟକ, ଏସ.ଏମ.ଡି. ସି.ର ସଭ୍ୟ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଜଣେ ଜଣେ ସୁନାଗରିକ ହେବାକୁ ବକ୍ତବ୍ୟ ମାଧ୍ୟମରେ ଉଦବୋଧନ ଦେଇଥିଲେ l ଶିକ୍ଷକ ଅନିରୁଦ୍ଧ ସେଠି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା, ଦେବାଶିଷ ବେହେରା ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷକ ପାଣ୍ଡବ ସାହୁ, ମୋନାଲିଶା ଯେନା,ସୋମ୍ୟପ୍ରିୟା ସ୍ୱାଇଁ, ଶର୍ମିଷ୍ଠା ମହାନ୍ତି ଶୁଭସ୍ମିତା ମଲ୍ଲିକ ପ୍ରମୁଖ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଏହି ଅବସରରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।