ଚୋରୀ ଅଭିଯୋଗରେ ଯୁବକକୁ ପୋଲିସର ଜୀମା ଦେଲେ ଗ୍ରାମବାସୀ

ଚିକିଟୀ,(ରବୀନ୍ଦ୍ର କୁମାର ମିଶ୍ର): ଜରଡା ଥାନା ସପଙ୍ଗ ଗ୍ରାମରେ ଜଣେ ଆନ୍ଧ୍ର ଯୁବକ ବେକରେ ପାଳ ଦଉଡ଼ି ପକାଇ ଭିକ ମାଗୁଥିଲେ।ତେବେ ଏହାର କିଛି କ୍ଷଣ ପରେ ଯୁବକ ଜଣକ ଗ୍ରାମ ବାହାରକୁ ଯାଇ ମୋବାଇଲ ରେ କଥା ହେବା ଦେଖୁ ଗ୍ରାମର କିଛି ଯୁବକଙ୍କ ସନ୍ଦେହ ଉପୁଜି ଥିଲା। କିଛି ଲୋକ ତାଙ୍କୁ ଅଟକ ରଖି ତାଙ୍କ ପରିଚୟ ପ୍ରଦାନ ପାଇଁ କହିବାରେ ବାରମ୍ବାର ଭୁଲ ତଥ୍ୟ ପ୍ରଦାନ କରିବାରୁ ପୂର୍ବରୁ ହୋଇ ଥିବା ଚୋରୀ ଘଟଣାରେ ସମୃକ୍ତ ଥିବା ସନ୍ଦେହ କରି ପୋଲିସ କୁ ଜଣାଇ ଥିଲେ। ପୋଲିସ ପହଞ୍ଚି ଯୁବକ ଙ୍କୁ ବୁଝିବାରୁ ତାଙ୍କ ସହିତ ଅନ୍ୟ କିଛି ଜଣ ମିସି ନିକଟ ତାଳ ଘୁଡ଼ି ଜଙ୍ଗଲ ରେ ରହୁଥିବା ବେଳେ ସେ ଦିନରେ ଭିକ୍ଷା ମାଗି ଚୋରୀ ପାଇଁ ପ୍ରସ୍ତୁତ କରୁଥିବା ପୋଲିସ କୁ କହିଥିଲେ।ଏହା ପରେ ପୋଲିସ ଯୁବକଙ୍କୁ ନେଇ ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ଅନ୍ୟ ଯୁବକ ମନେ ଜାଣି ପାରି ଫେରାର ହୋଇ ଯାଇଥିଲେ। ଏହି ଯୁବକ ଜଣକ ଙ୍କ ଘର ଆନ୍ଧ୍ର ବୋର୍ଡର ରେ ବୋଲି ସୂଚନା ମିଳିଛି। ଯୁବକ ଙ୍କ ସୂଚନା ପ୍ରକାରେ ପୋଲିସ ଅନ୍ୟ ଜଣେ ଯୁବକ ଙ୍କୁ ସନ୍ଦେହ ରେ ଅଟକ ରଖିବା ସହିତ ଅନ୍ୟ ଯୁବକ ଙ୍କୁ ଧରିବା ସହିତ ଚୋରୀ ଜିନିଷ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରି ରଖି ଥିବା ପୋଲିସ ପ୍ରକାଶ କରିଛି।ପୂର୍ବରୁ ପଦାଦିଗି ପଞ୍ଚାୟତ ନୂଆପେଣ୍ଠ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରୁ ଲକ୍ଷାଧିକ ଟଙ୍କା ର ସୁନା ଗହଣା ଚୋରୀ ହେବା ପରଦିନ ପୁଣି ଦିନେ ବିଳମ୍ବ ରେ ଘଡେଇଗାଁ ର ଗୋଟିଏ ଘରୁ ସୁନା ଅଳଙ୍କାର ଟଙ୍କା ଅନୁରୂପ ଢ଼ଙ୍ଗରେ ଚୋରୀ ହୋଇ ଥିଲା।ଚୋରୀ ପରେ ପୋଲିସ ଗୋଟିଏ ଟିମ୍ ଗଠନ କରି ଚଢ଼ାଉ ଜାରି ରଖି ଥିବା ବେଳେ ପଦାଦିଗି ରାସ୍ତା ରେ ଥିବା ଜଙ୍ଗଲ ରୁ ଚୋର ଙ୍କ ଆଡ୍ଡା ଉପରେ ଚଢ଼ାଉ କରି କିଛି ରୋଶେଇ ସାମଗ୍ରୀ ଜବତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ