ସରସ୍ୱତୀ ପୂଜା ପାଳିତ

ଶେରଗଡ, (ଅନୀଲ କୁମାର ପଣ୍ଡା):ଶେରଗଡ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ବିଦ୍ୟାଦାୟିନୀ ମା ସରସ୍ଵତୀ ଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଈଯାଈଛି। ସରସ୍ୱତୀ ପୂଜା ଅବସରରେ ବିଭିନ୍ନ ବିଦ୍ୟାଳୟରେ କୁନି କୁନି ପିଲାମାନେ ଖଡି ଛୁଇଁ ବିଦ୍ୟା ଆରମ୍ଭ କରିଥିଲେ। ଶେରଗଡ ସହରର ସର୍ବପୁରାତନ ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ, ମିଲେନିୟମ ପବ୍ଲିକ ସ୍କୁଲ, ଅରବିନ୍ଦ ଶିଶୁ ବିଦ୍ୟା ନିକେତନ,ୟୁସିଏ କମ୍ପ୍ୟୁଟର ଏକାଡେମୀ, କ୍ୟାରିୟର କୋଚିଂ କ୍ଲାସେସ ସମେତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ରେ ସରସ୍ୱତୀ ପୂଜା ପାଳିତ ହୋଈଯାଈଛି। ସକଳ ଜ୍ଞାନ, ବୁଦ୍ଧି ଓ ଚେତନା ଶକ୍ତିର ଚିର ପ୍ରଦାୟିନୀ ବିଦ୍ୟା ଦାତ୍ରୀ ମା ସରସ୍ଵତୀ ଙ୍କ ପୂଜାର୍ଚ୍ଚନା ଲାଗି ରବିବାର ପୂର୍ବାହ୍ନ ରୁ ଅପରାହ୍ନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ରେ ବିଦ୍ୟାର୍ଥୀ ମାନଙ୍କର ପ୍ରବଳ ଭିଡ ଜମିଥିଲା । ବିଦ୍ୟାର୍ଥୀ ମାନେ ମା ସରସ୍ଵତୀ ଙ୍କ କୃପା ପ୍ରାପ୍ତ ଲାଗି ଭକ୍ତି ପୂତ ସହକାରେ ପୂଜାର୍ଚ୍ଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ