ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନର ବରିଷ୍ଠ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନର୍ଜି କ୍ଲବ୍ ର ଶିକ୍ଷକ ପ୍ରଭାତ କୁମାର ଗୌଡ଼ ଆର୍ଦ୍ରଭୂମି ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ସହିତ ମିଶି ବିଭିନ୍ନ ପ୍ରକାର ଚାରା ରୋପଣ କରିବା ସହିତ ଷଡ଼ଙ୍ଗୀପଲ୍ଲୀ ନିକଟରେ ଥିବା ପୋଖରୀ ଚତୁଃପାର୍ଶ୍ଵର ଆବର୍ଜନାର ସଫେଇ କରିଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱଜିତ୍ ନାୟକ, ପ୍ରଭାତ ଗୌଡ଼, ମାନସ ରଞ୍ଜନ ମହାନ୍ତି,ସନ୍ତୋଷ କୁମାର ସାହୁ, ଶିକ୍ଷୟିତ୍ରୀ ବର୍ଷା ରାଣୀ ବେହେରା, ସୁସାଙ୍ଗିନୀ ପ୍ରଧାନ, ସ୍ୱାଗତିକା ସେଠୀ, ଝରଣା ଦାସ, ରଶ୍ମୀ କୁମାରୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବିଏଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ