ବେଙ୍ଗାଲୁରରେ ଓଡିଆ ବୋହୁର ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବଡ ଘର ବଡ ଗୁମର କଥା । ସରକାର ଯୌତୁକ ନେବା ଓ ଦେବାକୁ ଦଣ୍ଡନୀୟ ଅପରାଧ ଘୋଷଣା କରିଥିବାବେଳେ କିନ୍ତୁ ଉଚ୍ଚ ଶିକ୍ଷିତ ଯୁବକ ମାନେ ଉଣା ଅଧିକ ମାନୁଥିବାବେଳେ ଅନେକ ସମୟରେ ଏହି ଯୌତୁକ ନିଆଁରେ ଝଡି ପଡୁଛି କେତେ ଯେ ମହିଳାଙ୍କର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଙ୍ଗାଲୁରୁର । ବେଙ୍ଗାଲୁରରେ ରହୁଥିବା ଓଡିଆ ବୋହୁ ବର୍ଷା ପ୍ରିୟଦର୍ଶନୀଙ୍କର ଗତ ୨୧ ତାରିଖରେ ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ତେବେ ବର୍ଷାଙ୍କ ମାଙ୍କ ମତନୁସାରେ , ତାଙ୍କ ଝିଅକୁ ଶାଶୁ, ଶଶୁର ଓ ସ୍ୱାମୀ ବହୁତ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି । ସୁଚନାନୁସାରେ , ବର୍ଷାଙ୍କ ଘର କୋଣାର୍କ ଥାନା ଅନ୍ତର୍ଗତ ଅମ୍ବିଲି ଗାଁରେ ଅଟେ । ବର୍ଷାଙ୍କ ସ୍ବାମୀ ରତିକାନ୍ତ ରଥ ବାଓକନ୍ କମ୍ପାନୀରେ ସିନିୟର ଏକ୍ଜିକ୍ୟୁଟିଭ୍ ଭାବେ କାମ କରୁଥିଲେ । ବର୍ଷାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଅଡିଓ ରେକର୍ଡିଂ ରହିଛି। ୨ ଦିନ ତଳେ ବର୍ଷା ତାଙ୍କ ସାନ ଭଉଣୀ ସହିତ ଫୋନରେ କଥା ହୋଇ ତାଙ୍କୁ ମାଡ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ବୋଲି କହିଥିଲେ। ଏବେ ସେ ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି ମଧ୍ୟ ଏହି ଅଡିଓରେ ଶୁଣିବାକୁ ମିଳିଛି। ଏପରିକି ବର୍ଷା ତାଙ୍କ ସ୍ବାମୀଙ୍କ ଠାରୁ ଛାଡପତ୍ର ନେବେ ବୋଲି ମଧ୍ୟ ବର୍ଷା କହୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ