ବ୍ରହ୍ମପୁର ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର,(ଅନିଲ କୁମାର): ବ୍ରହ୍ମପୁର ମହୋତ୍ସବ ୨୫ ସହ ଚଉଦ ତମ ଜାତୀୟ ଓଡିଶା ସ୍ୱାଭିମାନ ସମ୍ମିଳନୀର ଚତୁର୍ଥ ରଜନୀରେ ଇଞ୍ଜିନିୟେରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଥିଲା l ଛ ଦିନ ବ୍ୟାପି ମହୋତ୍ସବ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମ ର ଷ୍ଟଲ ସହ ସତୁରୁରୀ ରୁ ଅଧିକ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବା ସହ, ପ୍ରତ୍ୟକ ଦିନ ଓଡିଶା ର ପଯ୍ୟଟନ, ସାହିତ୍ୟ, ସଂସ୍କୃତି ଶୀର୍ଷକ ସହ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେଉଅଛିl ଏହି ଅବସରରେ ମୁଖ୍ୟଅତିଥି ରୂପେ ଏସପି କୈଳାଶ ଚନ୍ଦ୍ର ବୁରୁଦା , ବୈଦ୍ୟନାଥପୁର ଥାନା ଅଧିକାରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ମହାନ ସଂଘ ସଭାପତି ସୁଶାନ୍ତ କୁମାର ସାବତ ଙ୍କ ପୋରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହୋତ୍ସବ ସମ୍ପାଦକ ଗୋପାଳ ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଘମାଘୋଟ ଓଡ଼ିଆ ଚଳଚ୍ଚିତ୍ର ର ବହୁ କଳାକାର ଉପସ୍ଥିତ ଥିଲେ ।ପ୍ରକାଶ ଭାଜନୀ,ଶ୍ରୀକାନ୍ତ ସାବତ ରେସମ୍ପାସ ମାର୍କେଟିଙ୍ଗ ଇଭେଣ୍ଟ ଏମ ଡି. ରବିଶଙ୍କର, , ତପନ ପଣ୍ଡା, ନିବେଦିତା ପାଢ଼ୀ, ସାଧନା ପାଢ଼ୀ, ଶୁଭଶ୍ରୀ ସାବତ ,ପୁଷ୍ପାଞ୍ଜଳି ମହାପାତ୍ର, ରିତାଞ୍ଜଳି ସ୍ୱାଇଁ, ମିନା ଦାଶ, ଅନନ୍ତ ପ୍ରଧାନ, ମନରଞ୍ଜନ ପାଢ଼ୀ,ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।, ଗୁଲାମ ରସୁଲ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ