ପ୍ରାଚୀ ନଦୀରେ ଶ୍ରଦ୍ଧାଳୁଙ୍କ ବୁଡ଼
ନିମାପଡ଼ା,(ସନ୍ତୋଷ ଦାଶ): ମଙ୍ଗଳବାର ଥିଲା ପବିତ୍ର ମାଘ ମାସ ଶୁକ୍ଲ ସପ୍ତମୀ ତିଥି। ଚାରିଛକ ଅଞ୍ଚଳ ଦେଇ ପ୍ରବାହିତ ପ୍ରାଚୀ ନଦୀ ର ବିଭିନ୍ନ ତୀର୍ଥ ସ୍ଥଳୀ ମାନଙ୍କ ରେ ପ୍ରାତଃ ରେ ଶ୍ରଦ୍ଧାଳୁ ଭକ୍ତମାନେ ବୁଡ଼ ପକାଇ ସୂର୍ଯ୍ୟ ନାରାୟଣ ଙ୍କୁ ସ୍ତୁତି କରିଥିଲେ। ଆଜି ପ୍ରାତଃ ରୁ ଚାରିଛକ ଅଞ୍ଚଳ ରେ ପ୍ରବଳ କୁହୁଡ଼ି ପଡ଼ିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ କରି ପାରି ନଥିଲେ। ନଦୀ ରେ ସ୍ନାନ କରି ସୂର୍ଯ୍ୟ ନାରାୟଣ ଙ୍କ ଉଦ୍ଦେଶ୍ୟରେ ଜଳ ଅର୍ଘ୍ୟ ଅର୍ପଣ କରିଥିଲେ। ପ୍ରାଚୀ ନଦୀ ର ନିଆଳି ଠାରେ ଶୋଭନେଶ୍ୱର ଶମ୍ଭୁ ସ୍ନାନ କରିଥିବା ବେଳେ ଚନ୍ଦ୍ରଭାଗା ଠାରେ ତିନି ଶମ୍ଭୁ ସ୍ନାନ କରିଥିଲେ। ଶମ୍ଭୁ ଙ୍କ ମସ୍ତକ ରେ ଥିବା ଗଙ୍ଗା ଦେବୀ ପ୍ରାଚୀ ନଦୀ ର ଜଳ ରେ ମିଶିବା କାରଣରୁ ପ୍ରାଚୀ ନଦୀ ଆଜି ଦିନକ ପାଇଁ ଗଙ୍ଗା ନଦୀ ସହିତ ସମାନ ହୋଇ ଯାଇ ଥିଲା। ଆଜି ପ୍ରାତଃ ରେ ପ୍ରାଚୀ ନଦୀ ରେ ସ୍ନାନ କରି ସୂର୍ଯ୍ୟ ନାରାୟଣ ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କଲେ ସର୍ବ ପାପ ଓ ବ୍ୟାଧି ( ରୋଗ) ରୁ ମୁକ୍ତି ମିଳିଥାଏ ବୋଲି ପ୍ରାଚୀ ମାହାତ୍ମ୍ୟ ରେ ବର୍ଣ୍ଣିତ ହୋଇଛି। ସେହି କଥା କୁ ବିଶ୍ୱାସ କରି ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରାତଃ ରେ ପ୍ରାଚୀ ନଦୀ ରେ ବୁଡ଼ ପକାଇଥିଲେ।