ସୀମାନ୍ତ ଡିଗ୍ରୀ ମହାବିଦ୍ୟାଳୟର ସେବା ଶିବିର

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ଝାରପୋଖାରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଆନୁକୁଲ୍ୟରେ ଦୀର୍ଘ ସାତଦିନ ଧରି ଚାଲିଥିବା ଶୀତକାଳୀନ ସେବା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇ ଯାଇଛି।ଉଦଯାପନ ଉତ୍ସବରେ ଅଧ୍ୟକ୍ଷଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଯଶିପୁର ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ମଥୁରା ଆଲ୍ଦା,ପ୍ରଶାସନିକ ଅଧିକାରୀ ତଥା ପଦାର୍ଥ ବିଜ୍ଞାନ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପଟ୍ଟନାୟକ,ରେଡକ୍ରସ ଅଧିକାରିଣୀ ତଥା ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀମତୀ ପ୍ରାଚୀ ପଢିଆରୀ,+୨କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ବସା ଓ ମହିଳା କାର୍ଯ୍ୟକ୍ରମ ଅଧିକାରିଣୀ ଆରତି ହୋ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ସାତ ଦିନିଆ ଶିବିରରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପୋଷ୍ୟଗ୍ରାମ ଅର୍ଜୁନଡିହା ରେ ବୃକ୍ଷରୋପଣ,ବିଭିନ୍ନ ସଚେତନ ମୁଳକ ଶୋଭାଯାତ୍ରା ,ସଡକ ସୁରକ୍ଷା,ନିଶାମୁକ୍ତ ଭାରତ ଗଠନ, ସ୍ୱଚ୍ଛ ହିଁ ସେବା ଆଦି କାର୍ଯ୍ୟକ୍ରମ ଓ ସଚେତନଧର୍ମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ସାତ ଦିନିଆ ଶିବିର ଟି ପୁରୁଷ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଶରତ ଚନ୍ଦ୍ର ପଢିଆରି ଓ ମହିଳା ବିଭାଗର ଅଧିକାରିଣୀ ଆରତୀ ହୋ ଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବେଳେ ୭ଦିନର ଏହି ଶିବିରକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ବିଷୟର ବିଶାରଦ ମାନେ ଯୋଗଦେଇ ଶିବିରାର୍ଥି ମାନଙ୍କୁ ବହୁ ଶିକ୍ଷଣୀୟ ବିଷୟ ଉପରେ ଆଲୋକ ପାତ କରାଇଥିଲେ।ସାତ ଦିନର ଏହି ଶିବିରକୁ ଅନ୍ୟମାନଙ୍କ ମଧ୍ୟରେ ଡଃ ଅନନ୍ତ କୁମାର ଜେନା, ଡଃ ଦେବେଶ ଶଙ୍କର ହୋତା,ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ସାମଲ,ଡଃ ଅଶୋକ କୁମାର ଶର୍ମା,ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେନାପତି,ଶ୍ରୀଯୁକ୍ତ ଅନିଲ କୁମାର ଝା,ବିଶ୍ଵଜ୍ୟୋତି ସିଂହ,ଆକାଂକ୍ଷା ଅପରୂପା ଦାସ,ପୂର୍ବତନ ସ୍ଵେଚ୍ଛାସେବୀ ଶ୍ରୀଯୁକ୍ତ ମଣିଷଙ୍କର ବାରିକ,ହେମନ୍ତ କୁମାର ବେହେରା ଆଦି ଯୋଗ ଦେଇ ଶିବିରାର୍ଥି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଶିକ୍ଷାଦାନ ସହ ନିଜ ନିଜର ଅନୁଭୂତି ସ୍ଵେଚ୍ଛାସେବୀ ମାନଙ୍କୁ ବାଣ୍ଟିଥିଲେ।ସିବୀରାର୍ଥି ମାନେ ସାତ ଦିନିଆ ଶିବିରର ରହଣୀ କାଳରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।ଉପସ୍ଥିତ ଅତିଥିମାନେ ସମସ୍ତ ଶିବିରାର୍ଥିଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ।+୨ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶିଶିର କୁମାର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଆରତୀ ହୋ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ