ଶାଳଣିଆଁରେ ରାସ୍ତା କାମକୁ ନେଇ ଆକ୍ରମଣ, ଥାନାର ଦ୍ୱାରସ୍ତ ହେଲେ ମହିଳା
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ଶାଳଣିଆଁରେ ରାସ୍ତା କାମକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ହୋଇଥିବା ମହିଳା ଗାୟତ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ଆଜି ଦିନ ୨ଟା ବେଳେ ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଗାୟତ୍ରୀ ଜେନା ଥାନାରେ କରିଥିବା ଅଭିଯୋଗ ଅନୁଯାଇ ଜିଲ୍ଲା ପରିଷଦ ଅନୁଦାନରୁ ହନୁମାନ ମନ୍ଦିର ଠାରୁ ନୁଆ ହରିଜନ ସାହି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା କାମ ଚାଲିଥିବା ବେଳେ ତାଙ୍କ ଶ୍ବଶୁର ବ୍ରହ୍ମାନନ୍ଦ ଜେନା କାମର ତଦାରଖ କରୁଥିଲେ। ଗ୍ରାମର ମାନସ ବେହେରା ଓ ଅଭିମନ୍ୟୁ ଯେନା ଏ ଦୁଇଜଣ ବ୍ୟକ୍ତି ଆସି ଚାନ୍ଦା ମାଗିଥିଲେ। ଚାନ୍ଦା ନ ଦେବାରୁ କାମ ବନ୍ଦ କରିବାକୁ କହିଥିଲେ। ମାତ୍ର ସେମାନଙ୍କ କଥା ନଶୁଣି କାମ ଚାଲୁ ରଖିବାରୁ ସେମାନେ ଆକ୍ରମଣ କରିଥିଲେ ତାଙ୍କୁ ଲହୁ ଲୁହାଣ କରିଥିଲେ। ତାଙ୍କ ପାଟି ଶୁଣି ଗାୟତ୍ରୀ ଦୌଡି ଆସି ଶ୍ୱଶୁରଙ୍କୁ ରକ୍ଷା କରିବାକୁ ଯିବାବେଳେ ତାଙ୍କୁ ମଧ୍ଯ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ସେପଟେ ଅଭିମନ୍ୟୁଙ୍କ ପକ୍ଷରୁ ମଧ୍ୟ ଅନ୍ୟ ଏକ ଅଭିଯୋଗ ହୋଇଛି। ପୁଲିସ ଉଭୟ ପକ୍ଷଙ୍କ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ କରିଛି।