ବୁଲନ୍ ଭାଇ ସେବା ଭବନ ଠାରେ ଭାରତୀୟ ମଜଦୂର ସଂଘ ରାଜ୍ୟ ବିଧି ପ୍ରକୋଷ୍ଠ ର ପ୍ରଥମ ରାଜ୍ୟ ସମ୍ମିଳନୀ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଆଜି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ବୁଲନ୍ ଭାଇ ସେବା ଭବନ ଠାରେ ଭାରତୀୟ ମଜଦୂର ସଂଘ ରାଜ୍ୟ ବିଧି ପ୍ରକୋଷ୍ଠ ର ପ୍ରଥମ ରାଜ୍ୟ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ।ଶ୍ରମ ଆଇନ ଏବଂ ନିୟମାବଳୀ ବିଷୟରେ ସଚେତନତା ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା, ଶ୍ରମିକଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।ଏହି ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ତଥା ଓଡ଼ିଶା ଆଇନ ଆୟୋଗର ସଦସ୍ୟ ଶ୍ରୀ ସୌରଚନ୍ଦ୍ର ମହାପାତ୍ର,ଓଡ଼ିଶା ହାଇକୋର୍ଟର ଡ଼େପୁଟି ସଲିସିଟର ଜେନେରାଲ ଶ୍ରୀ ପ୍ରସନ୍ନ କୁମାର ପାରହୀ,ଭାରତୀୟ ମଜଦୂର ସଂଘର ଆଇନ ପ୍ରକୋଷ୍ଠର ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ପଣ୍ଡାଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ମାନେ ଉପସ୍ଥିତ ଥିଲେ।