କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଉଦଯାପିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା- ୨୦୨୫ ସିଆରସିସି ସରୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ ଅନୁସୂୟା ପ୍ରଧାନ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଶ୍ୟାମାନନ୍ଦ ଜାନୀ, ସୁନୀଲ କୁମାର ଦାସ ପ୍ରମୁଖ ଯୋଗ ଦେଇ ନିପୁଣ ଓଡିଶା ମେଳାର ଉଦେଶ୍ୟ ଓ ମହତ୍ୱ ସମ୍ପର୍କରେ ବୁଝାଇଥିଲେ। ଏହି ମେଳାରେ ବୁଡୁରୁକିଆ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟରୁ ୧୦୦ରୁ ଉର୍ଧ୍ଵ ବିଦ୍ୟାର୍ଥୀ ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ, ଓ ସୃଜନାତ୍ମକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରିଥିଲେ l ଅଭିଭାବକ, ଗୋଷ୍ଠୀ ସଦସ୍ୟ, ଜନ ପ୍ରତିନିଧି, ଓ ଅଙ୍ଗନବାଡି କର୍ମୀ ଙ୍କୁ ସାମିଲ କରି ନିପୁଣ ଓଡିଶା କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା l ଏଥିରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ସୁରେଶ କୁମାର ସିଂ, ପ୍ରଶାନ୍ତ କୁମାର ଜେନା, ବିଜୟ କୁମାର ଗୌଡ଼ ଓ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ