ବାରିପଦା ପୌରପାଳିକାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ପୋୖରାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ବାରିପଦା ବିଧାୟକ ପ୍ରକାଶ ସୋରେନ ବାରିପଦା ପୌରପାଳିକାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି, ସହରକୁ ସୁନ୍ଦର ଓ ଶୋଭନୀୟ କରିବା ପାଇଁ ଡ୍ରେନ, ପାନୀୟ ଜଳ, ଶୌଚାଳୟ, ପଲିଥିନ ବ୍ୟବହାର ଉପରେ ରୋକ, ପ୍ରଦୂଷଣ, ରାସ୍ତାଘାଟ, ନାଳନର୍ଦ୍ଦମା, ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଆଦି ସମସ୍ୟା ତଥା ଛଉ ପଡ଼ିଆ, ମଧୁବନ ପଡ଼ିଆ ଓ କେତେକ ଯାତ୍ରୀ- ପ୍ରତୀକ୍ଷାଳୟର ଶୌଚାଳୟ, ପାନୀୟ ଜଳ ସମସ୍ୟା, ବସଷ୍ଟାଣ୍ଡରେ ପର୍ଯ୍ୟାପ୍ତ ଆଲୋକ, ପାନୀୟ ଜଳ, ଶୌଚାଳୟ ଓ ବସଗୁଡ଼ିକର ଯିବାଆସିବା ସମୟ ସୂଚାଉଥିବା ବଡ଼ ଫଳକ ଆଦି ସମାସ୍ୟା ସମାଧାନ ଉପରେ ଆଲୋଚନା କରାଯାଇଥିଲା. ବାରିପଦା ପୌରପାଳିକା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ,ପୌରପରିଷଦ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ବାରିପଦା ପୌରପରିଷଦ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପନଗରପାଳ ସୀମା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ