ସମସ୍ୟାର ସମାଧାନ କରିପାରୁନି ପ୍ରଶାସନ

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ଡ଼ୁମେରମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେପ୍ରାବେଡା ଅଙ୍ଗନବାଡି ରସୋଈୟା ପଦବୀ ପାଇଁ ପିଙ୍କି ପାତ୍ର, ଭକ୍ତିମୟୀ ନାଏକ, ଅଞ୍ଜଳି ରାଏ, ଏଲିନା ରାଏ, ମିନା ପାତ୍ର, ଦେବସ୍ମିନୀ ପାତ୍ର ଓ ଶିଖା କିସାନ ଆବେଦନ କରିଥିଲେ। ଏହି ଆବେଦନ ର ନିୟମ ଅନୁଯାଇ ଯେଉଁମାନେ ଆବେଦନ କରିବେ ସେମାନଙ୍କ ନାମ ଅଙ୍ଗନବାଡି ସର୍ବେ ରେ ଥିବା ନିହାତି ଆବଶ୍ୟକ ଓ ଆବେଦନ କାରି ୧୮ ରୁ ୩୫ ବର୍ଷୀୟ ହୋଇଥିବା କଥା ଏବଂ ଆବେଦନ କାରି ଉକ୍ତ ଗ୍ରାମର ହୋଇଥିବା ଦରକାର ସେହିପରି ଆବେଦନ କାରି ଯୁକ୍ତ ଦୁଇ ପାସ ହୋଇଥିବା ଦରକାର।ଏଭଳି ପରିସ୍ଥିତି ରେ ଏହି ସବୁ ନିୟମ ଅନୁଯାଇ ଗ୍ରାମର ରସୋଈୟା ପଦବୀ ପାଇଁ ଶିଖା କିସାନଙ୍କୁ ଚୟନ କରାଯାଇଥିଲା। ହେଲେ ଗ୍ରାମର କିଛି ଜଣ ଏହାକୁ ବିରୋଧ କରି ଜମନକିରା ସି.ଡି.ପି.ଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ କି ଶିଖାଙ୍କ ବାସିନ୍ଦା ପ୍ରମାଣ ପତ୍ର ଭୁଲ ଅଛି ଓ ଏହାକୁ ଆଧାର କରି ଜମନକିରା ତହସିଲ ପକ୍ଷରୁ ଏହାକୁ ଯାଞ୍ଚ କରି କୁଚିଣ୍ଡା ଉପ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି କି ଶିଖା ଙ୍କ ନାମ ୨୦୧୪ ମସିହାରୁ ଅଙ୍ଗନବାଡି ସର୍ଭେ ରେ ପଞ୍ଜିକରଣ ଥିବା ସତ୍ୱେ ଏହି ବିରୋଧ କୁ ପ୍ରଶାସନ କାହିଁକି ସମାଧାନ କରିପାରୁନାହିଁ। ସେହିପରି ଶିଖାଙ୍କ ଆଧାର କାର୍ଡ ଅନୁଯାଇ ବାସିନ୍ଦା ପ୍ରମାଣ ପତ୍ର କୁ ସ୍ୱୀକୃତି ଦିଆଯାଇଥିବା ବେଳେ ପ୍ରଶାସନ କାହିଁକି ଏହାକୁ ଗୁରୁତ୍ୱପୂର୍ଣ ନ ଭାବି ସ୍ୱୀକୃତି ପ୍ରମାଣ ପତ୍ର କୁ ଖାରଜ କରିବାକୁ ଯାଉଛି। ଅନ୍ୟ ପକ୍ଷରେ ଏକ ନିରୀହ ଆଦିବାସୀ ଝିଅ ଏହାର ଶିକାର ହେଉଥିବା ବେଳେ ପ୍ରଶାସନ ପ୍ରକୃତ ସତ୍ୟ ନ ଜାଣି ଏଭଳି ପଦକ୍ଷେଫ ନେବା କେତେ ଠିକ। ଶିଖାଙ୍କ କହିବା ଅନୁଯାଇ ତାଙ୍କ ବାସିନ୍ଦା ପ୍ରମାଣ ପତ୍ର ଆଧାର କାର୍ଡ ଅନୁଯାଇ ହୋଇଛି ଏଥିରେ କୌଣସି ଜାଲିଆତି ହୋଇ ନାହିଁ ଓ ତାଙ୍କୁ ପ୍ରଥମ ଦିନଠୁଁ ହଁ ବିରୋଧ ହେଉଛି ମୁଁ ସରକାରି ନିୟମ ଅନୁଯାଇ ନିୟୋଜିତ ହୋଇଛି କିନ୍ତୁ ଆମ ପରିବାର ନିରୀହ ହୋଇଥିବାରୁ ଆମକୁ ଏତେ ଦୁଃଖ ସହିବାକୁ ପଡୁଛି ମୁଁ ଉପଜିଲ୍ଲାପାଳ ଙ୍କୁ ଯଥାଶୀଘ୍ର ଦେଖା କରିବି ବୋଲି କହିଛନ୍ତି। ଜମନକିରା ସିଡିପିଓ କହିଛନ୍ତି ଯେ ଚୟନ ରେ କୌଣସି ଭୁଲ ହୋଇନାହିଁ ସେ ଯୋଗ୍ୟ ତେଣୁକରି ତାଙ୍କୁ ଚୟନ କରାଯାଇଛି ମୁଁ ବାରମ୍ବାର ଗ୍ରାମ ବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ହେଲେ ସେମାନେ ଆମ କଥା ଶୁଣୁ ନାହାନ୍ତି ଓ ଆମେ ଗ୍ରାମ ବାସି ଯାହାକୁ କହିବୁ ତାକୁ ଆପଣ ନିୟୋଜିତ କରିବେ ବୋଲି ଜିଦ ଧରିଛନ୍ତି ସେମାନଙ୍କ ବିରୋଧ ଅନୁଚିତ ହେଲେ ସେମାନେ ବୁଝିବାକୁ ନାରାଜ ବୋଲି କହିଥିଲେ। ଜମନକିରା ତହସିଲଦାରଙ୍କ କହିବା ଅନୁଯାଇ ଆମେ ରିପୋର୍ଟ ଉପ ଜିଲ୍ଲା ପାଳ ଙ୍କୁ ଦେଇଛୁ ଓ ସେ ଏ ସମ୍ପର୍କ ରେ ହିଅରିଙ୍ଗ କରି ଯାହା ପଦକ୍ଷେଫ ନେବେ। ହେଲେ ଏଭଳି ପରିସ୍ଥିତି ରେ ଜଣେ ନିରୀହ ଆଦିବାସୀ ଝିଅ ଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ଏଣୁକରି ସମ୍ବଲପୁର ଜିଲ୍ଲା ପାଳ ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ