ହାତିବାରି ଟୋଲ ଗେଟ୍ ରେ ସମ୍ବଲପୁର ଜିଲ୍ଲା ର ଗାଡ଼ି ଗୁଡ଼ିକୁ ଟୋଲ ଫ୍ରି କରିବା ପାଇଁ ଦାବୀ କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ
ସମ୍ବଲପୁର, (ଯୁଗାବ୍ଦ ନ୍ୟୁଜ):ସମ୍ବଲପୁର ଅନୁଗୁଳ ରାଷ୍ଟ୍ରୀୟ ରାଜପଥ ର ସମ୍ପ୍ରସାରଣ ପରେ ସମ୍ବଲପୁର ଉପକଣ୍ଠ ହାତୀବାରି ଠାରେ ସ୍ଥାପିତ ଟୋଲ ଗେଟ୍ ରେ ନିଆଯାଉଥିବା ଟୋଲ ଟ୍ୟାକ୍ସ କୁ ନେଇ ସମ୍ବଲପୁରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ବଲପୁର ର ଜନମାନସ ରେ ଏହି ଟୋଲ ଟ୍ୟାକ୍ସ ଆଦାୟ କୁ ନେଇ ବିରୋଧାଭାସ ପରିଲକ୍ଷିତ ହୋଇଛି । ସମ୍ବଲପୁର ଜିଲ୍ଲା ର ବାହନ ଗୁଡ଼ିକୁ ଏହି ଟୋଲ ଗେଟ୍ ରେ ଦେୟ ମୁକ୍ତ କରିବା ପାଇଁ ଆଜି ଅଞ୍ଚଳ ର ଅଗ୍ରଣି ସାମାଜିକ, ସଂସ୍କୃତିକ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବୀ କରାଯାଇଅଛି । ମଞ୍ଚ ର ବରିଷ୍ଠ ସଦସ୍ୟ ତଥା ଯୁଜୁମୋରା ଅଞ୍ଚଳ ର ଯୁବ ନେତା ସୂର୍ଯ୍ୟକାନ୍ତ ପାଣିଗ୍ରାହି ଙ୍କ ନେତୃତ୍ୱରେ ମଞ୍ଚର ଚାରି ଜଣିଆ ସଦସ୍ୟଙ୍କ ପ୍ରତିନିଧି ଦଳ ଆଜି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ ଙ୍କୁ ସାକ୍ଷାତ କରି ଚାରି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।ସମ୍ବଲପୁର ଜିଲ୍ଲା ର ପଞ୍ଜୀକୃତ ଯାନବାହାନ ଓ.ଆର୍-୧୫, ଓ.ଡି-୧୫ ସମେତ ଜିଲ୍ଲାବାସୀ ଙ୍କ ଠାରେ ରହିଥିବା ଅନ୍ୟ ଅଞ୍ଚଳ ର ପଞ୍ଜୀକୃତ ଯାନବାହାନ କୁ ଠିକଣା ପ୍ରମାଣ ପାତ୍ର କୁ ଆଧାର କରି ହାତୀବାରି ଟୋଲ୍ ଗେଟ୍ ରେ ଦେୟ ମୁକ୍ତ କରାଯାଉ ।ହାତୀବାରି ଅଞ୍ଚଳ ଓ ଫୁଲଝରନ୍ ଅଞ୍ଚଳ ରେ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ହାତୀବାରି ଗ୍ରାମ ର ପଡ଼ା ମାନ ରହିଛି ଓ ଫୁଲଝରନ୍ ରେ ଶିକ୍ଷାନୁଷ୍ଠାନ ମାନ ରହିଛି । ଶହ ଶହ ଗ୍ରାମବାସୀ, ଛାତ୍ର ଛାତ୍ରୀ ଦୈନିକ ନିଜର ବ୍ୟକ୍ତିଗତ କାର୍ଯ୍ୟ ସମ୍ପାଦନ ପାଇଁ ଏପାଖ ରୁ ସେପାଖ କୁ ଯାତାୟାତ କରୁଛନ୍ତି । ଜାତୀୟ ରାଜପଥ ଅତିକ୍ରମଣ ସମୟ ରେ ଦୁର୍ଘଟଣା ମାନ ଘଟୁଛି । ତେଣୁ ଉଭୟ ହାତୀବାରି ଅଞ୍ଚଳ ଓ ଫୁଲଝରନ୍ ଅଞ୍ଚଳ ରେ ଜାତୀୟ ରାଜପଥ ର ମୂଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ସର୍ଭିସ ରୋଡ ନିର୍ମାଣ କରାଯାଉ । ହାତୀବାରି ର ବଜାର ଅଞ୍ଚଳ ଓ ଫୁଲଝରନ୍ ର ଶିକ୍ଷାନୁଷ୍ଠାନ ପ୍ରବଣ ଅଞ୍ଚଳ ରେ ଉଭୟ ସବ୍ ରୋଡ କୁ ପୃଥକ ପୃଥକ ଭୂତଳ ମାର୍ଗ ଜରିଆରେ ଉଭୟ ପାର୍ଶ୍ଵ ସର୍ଭିସ ରାସ୍ତା କୁ ସଂଯୋଗ କରାଯାଉ । ହାତୀବାରି ରୁ ଫୁଲଝରନ୍ ଯାଏଁ ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଷ୍ଟ୍ରିଟ ଲାଇଟ ର ସୁବ୍ୟବସ୍ଥା କରାଯାଉ ।ଦାବୀ ପତ୍ର ରେ ମଞ୍ଚ ପକ୍ଷରୁ ଏହି ଉପୋରକ୍ତ ଚାରୋଟି ପ୍ରମୁଖ ଦାବୀ ଉପସ୍ଥାପନ କରାଯାଇଅଛି ।ମଞ୍ଚ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଡ.ପ୍ରମୋଦ ରଥ, ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଆବହକ ଭବାନୀ ଶଙ୍କର ଭୋଇ ଓ ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହି ଜିଲ୍ଲାପାଳ ଙ୍କ ସହିତ ସମସ୍ତ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସମ୍ପର୍କିତ ବିଭାଗ ର ଅଧିକାରୀ ଙ୍କ ସହିତ ଆଲୋଚନା କରି ଦାବୀ ଗୁଡିକ ପୂରଣ ଦିଗରେ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।