ଆସିକାରେ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ
ଆସିକା, (ୱାଇଏନ୍ଏସ୍):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା), ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଶନିବାର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନିମିନା କ୍ଳଷ୍ଟରର ବେଣାପାଟ ଗ୍ରାମ ସ୍ଥିତ ରାଧାକୃଷ୍ଣ ବିଦ୍ୟାମନ୍ଦିର ପରିସରରେ ପ୍ରଧାନଶିକ୍ଷକଙ୍କ ୧୪ତମ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକରେ ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ୩୩ଟି ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ନେଇ ବିଭିନ୍ନ ଶିକ୍ଷା ବିଷୟରେ କରାଯାଇଥିଲା । ବେଣାପାଟ ରାଧାକୃଷ୍ଣ ବିଦ୍ୟାମନ୍ଦିରର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ବୈଠକରେ ଆସିକାର ବିଇଓ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଶିବରାମ ବେହେରା ଏବଂ ଭଂଜ ବେହେରା, ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ପ୍ରସନ୍ନ କୁମାର ପାଣିଗ୍ରାହୀ, ଅଶୋକ କୁମାର ପାଢୀ, ପ୍ରଦୀପ କୁମାର ପରିଡା, ପ୍ରତାପ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଓ ବିଦ୍ୟାର୍ଥୀ ଉଭୟ କିପରି ଭାବରେ ପରସ୍ପର ନିର୍ଭରଶୀଳ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିଲେ ଉଚ୍ଚ ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କ ଏହି ୧୪ତମ ବ୍ଳକସ୍ତରୀୟ ଆଲୋଚନା ବୈଠକରେ ଏଲ୍ଇପି-ଉତ୍କର୍ଷ କାର୍ଯ୍ୟକ୍ରମର ସଫଳ ରୂପାୟନ, ଖାନ୍ ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସ୍ଆଇଓଏସ୍) ରେ ବିଦ୍ୟାଳୟ ଛାଡିଥିବା ଛାତ୍ରଛାତ୍ରୀଙ୍କ ନାମଲେଖା, ଆପାର୍ ଆଇଡି ସୃଷ୍ଟିକରଣ ଏବଂ ୟୁଡାଇଜ୍ ପ୍ଳସ୍ ତଥ୍ୟ ଅପ୍ଡେଟ୍ ସଂପର୍କିତ ସଂପୁର୍ଣ୍ଣ କଭରେଜ୍, ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରାକ୍ତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ ଅନ୍ତର୍ଗତ ପଂଚସଖା ଶିକ୍ଷା ସେତୁ ସଂଗଠନକୁ କ୍ରିୟାଶୀଳ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଆବେଦନ, ଆକାଂକ୍ଷୀ ପାଠ୍ୟକ୍ରମର ରିପୋର୍ଟ ଦାଖଲ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଏହି ଆଲୋଚନା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କ ୧୪ତମ ମାସିକ ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଶ୍ରୀ ଲବ ସେଠୀ, ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବାଳକୃôଷ୍ଣ ଲେଙ୍କା, ଅଶୋକ ଦାଶ, ଭଗବାନ ସ୍ୱାଇଁ, ଚିତ୍ତରଂଜନ ଷଡଙ୍ଗୀ, ରାମକୃଷ୍ଣ ପଣ୍ଡା, ତାରାପ୍ରସାଦ ମିଶ୍ର, ରାଜୀବ ଲୋଚନ ସେଠୀ, ଅବନୀକାନ୍ତ ତ୍ରିପାଠୀ, ପ୍ରମୋଦ କୁମାର ଗୌଡ, ଭକ୍ତବତ୍ସଳ ପ୍ରଧାନ, ପ୍ରଶାନ୍ତ କୁମାର ପାଢୀ, ଗୌରୀଶଙ୍କର ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ଉଗ୍ରସେନ ପାତ୍ରଙ୍କ ସମେତ ବହୁ ପ୍ରଧାନଶିକ୍ଷକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ବେଣାପାଟ ଗ୍ରାମ ସ୍ଥିତ ରାଧାକୃଷ୍ଣ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ୧୪ତମ ବ୍ଳକସ୍ତରୀୟ ମାସିକ ସମୀକ୍ଷା ବୈଠକକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ମୁନି, ସହକାରୀ ଶିକ୍ଷକ କୁଂଜବିହାରୀ ଜେନା, ନିଳାମ୍ବର ମହାପାତ୍ର, ଶିବଶଙ୍କର ନାହାକ, ପୁଷ୍ପଲତା ମହାନ୍ତି, ଶରତ କୁମାର ବରାଡ, ଶତୃଘ୍ନ ସ୍ୱାଇଁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।