ବିଡ଼ିଓଙ୍କ ଗାଡି ସହ ସ୍କୁଟି ଧକ୍କା ଆରୋହୀଙ୍କ ମୃତ୍ୟୁ
କୁଚିଣ୍ଡା,(ରିଙ୍କୁ କୁସୁମ): କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ କୁନ୍ତରା ଗୋକୁଲ ପାର୍ବତୀ ରୁରାଲ କଲେଜ +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଗାଡି ନଂ ଓଡି ୧୫ ଟି ୦୪୨୬ ବୋଲେରୋ ରେ କୁଚିଣ୍ଡା ଫେରୁଥିବା ସମୟରେ କୁଚିଣ୍ଡା ପଟୁ ଯାଉଥିବା ଏକ ସ୍କୁଟି ନଂ ଓଡି୧୪ ଏକ୍ସ ୭୪୮୯ ସହିତ ସମ୍ମୁଖ ଧକ୍କା ଦିନ ପ୍ରାୟ ୧୨ ଟା ୩୦ ରେ ହୋଇଥିଲା। ମନ୍ତ୍ରୀ ମୁଣ୍ଡା ପ୍ରାଥମିକ ସ୍କୁଲ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୁଟି ର ସମ୍ମୁଖ ଭାଗ ସଂପୂର୍ଣ୍ଣ ଚୁରମାର ହୋଇଯାଇଛି।ଘଟଣା ସ୍ଥଳରେ ଗୁରୁତର ଆହତ ସ୍କୁଟି ଆରୋହୀ କୁ କୁଚିଣ୍ଡା ପୋଲିସ କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଫ୍ରିଜର ଭିତରେ ରଖି ଦେଇଛନ୍ତି। ବ୍ୟକ୍ତି ଜଣକ କୁସୁମୀ ସାଲେଭାଡି ଗ୍ରାମପଞ୍ଚାୟତ ନିକଟସ୍ଥ ଡୁଲେସରା ଗ୍ରାମ ର ଶଙ୍କର ମୁଣ୍ଡା ବୟଷ ୪୫ ହେବ।ସେ ଜଣେ ଶିକ୍ଷକ ଓ ଫଟାଟାଙ୍ଗର ସ୍କୁଲ ଶିକ୍ଷକ ବୋଲି ଜଣାପଡିଛି। କୁଚିଣ୍ଡା ଥାନା ରେ ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭର କୁ ଅଟକ ରଖିଛନ୍ତି।ସେ ବିଦ୍ୟାଳୟ ସମୟରେ ସ୍କୁଲ ଛାଡି କୁଚିଣ୍ଡା କେଉଁ କାମରେ ଆସିଥିଲେ। ବିଦ୍ୟାଳୟ ରୁ ଛୁଟି ନେଇଥିଲେ ନା ନାହିଁ ଜଣାପଡିନାହିଁ। ଘଟଣା ସହରରେ ଆଲୋଚନାର ବିଷୟ ରହିଛି।