ନାଉଗାଁ ବ୍ଳକରେ ଦେବୀ ନ୍ୟାଚୁରାଲ୍ସ ପ୍ରାଇଭେଟ ଲିମିଟେଡ ଉଦ୍‌ଘାଟିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଖଇରାବସ୍ତ ଠାରେ ଶୁକ୍ରବାର ଦେବୀ ନ୍ୟାଚୁରାଲ୍ସ ପ୍ରାଇଭେଟ ଲିମିଟେଡ(ରାଇସି ମିଲ) ଉଦ୍‌ଘାଟିତ ହୋଇଯାଇଛି । ଏହି ମିଲକୁ ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମିଲର ପରିଚାଳକ ନରୋତମ ପାତ୍ର, ସୂର୍ଯ୍ୟନାରାୟଣ ସେନାପତି,ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଅଂଚଳରେ ଏହି ରାଇସ ମିଲ ହେବା ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ । ଏହି ଅଂଚଳରେ ଥିବା ଚାଷୀମାନେ ମଣ୍ଡିରେ ଧାନ ଦେବା ସମୟରେ ମିଲର ମାନଙ୍କର ଅସୁବିଧା ଯୋଗୁ ମଣ୍ଡିରେ ଧାନ ଦୀର୍ଘ ଦିନ ଧରି ପଡି ରହିଥାଏ । ଯାହାଫଳରେ ଚାଷୀ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଥାଏ । ସାଧାରଣତଃ ଆମେ ଧାନ ଦେବା ପାଇଁ ପଶ୍ଚିମ ଓଡିଶାର ମିଲର ମାନଙ୍କ ଉପରେ ନିର୍ଭର କରିଥାଉ । ଏହି ଅଂଚଳରେ ରାଇସ ମିଲ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବା ସହ ଅନେକ ଜନସାଧାରଣ ଏହି ମିଲରେ କର୍ମ ସଂସ୍ଥାନ ପାଇ ପାରିବେ ବୋଲି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ