ଶିକ୍ଷା ହେଉଛି ସଂସ୍କାର ଓ ସଂସ୍କୃତିର ‌ରକ୍ଷା କବଚ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ବ୍ଲକ ଅନ୍ତର୍ଗତ ଅଶନ ବଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଠାକୁରମୁଣ୍ଡା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଭଦ୍ରା ମହାନ୍ତ ମୁଖ୍ୟ ବକ୍ତା ରୂପେ କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା , ସମ୍ମାନିତ ଅତିଥି ଭାବେ ସିଆରସିସି ନିର୍ମଳ ଚନ୍ଦ୍ର ମାଝୀ , ଚିତ୍ର ପୋଷିଗ୍ରାମ ପଞ୍ଚାୟତର ସରପଞ୍ଚ ଗୀତା ରାଣୀ ନାୟକ , ପଞ୍ଚାୟତ ସମିତିର ସଦସ୍ୟା ଲଳିତା ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ର ସେନ ନାୟକ ଯୋଗ ଦେଇ ଥିଲେ । ମୁଖ୍ୟବକ୍ତା ଡକ୍ଟର ଭାଗବତ ଲେଙ୍କା ତାଙ୍କ ବକ୍ତବ୍ୟରେ କହିଥିଲେ ଶିକ୍ଷା ହେଉଛି ସଂସ୍କାର ଓ ସଂସ୍କୃତିର ‌ରକ୍ଷା କବଚ। ଶିକ୍ଷା ବିଶାଳ ହୃଦୟ ରେ ସାରା ଜଗତକୁ ଆଲୋକିତ କରିଥାଏ ବୋଲି ସେ ବିଭିନ୍ନ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରି ବୁଝାଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିରଞ୍ଚି ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ସହିତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ମଙ୍ଗଳୁ ଚରଣ ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ର ମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ