ସାପୁଆ ଡ୍ୟାମର ସୁନ୍ଦର ପରିବେଶ
ଢେଙ୍କାନାଳ,(ତାପସ ଦାସ):ଏ ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡରୀ ଗ୍ରାମପଞ୍ଚାୟତର ସାପୁଆ ପର୍ଯ୍ୟଟନ ସ୍ଥଳୀର ବଣଜଙ୍ଗଲ ଘେରା ପ୍ରାକୃତିକ ସବୁଜିମା ପରିବେଶ ସାଙ୍ଗକୁ ଅଙ୍କା ବଙ୍କା ହୋଇ ସୋଇ ରହିଥିବା ଏବଂ ସାପ ପରି ଦିଶୁ ଥିବା ଏହି ସାପୁଆ ଡ୍ୟାମଟି ସାପୁଆ ଡ୍ୟାମ ନାମରେ ସାରା ଦୁନିଆଁରେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ରହିଥିବାରୁ ରାଜ୍ୟ ପର୍ଯ୍ୟଟନ ମାନିତ୍ରରେ ମଧ୍ୟ ଏହାକୁ ସ୍ଵତନ୍ତ୍ର ସ୍ଥାନ ମିଳିଛି । ପାହାଡ ପର୍ବତ ସବୁଜିମା ସାଙ୍ଗକୁ ନୀଳଜଳ ରାଶିର ଡ୍ୟାମଦେଇ ପ୍ରବାହିତ ଏଠାକାର ନୀଳ ଜଳରାଶି ସମସ୍ତଙ୍କୁ ମୋହିତ କରିଥାଏ ଓ ସୌନ୍ଦର୍ଯ୍ୟ ସାନ୍ଧ୍ୟକାଳୀନ ଦୃଶ୍ୟ ବେଶ୍ ମନୋମୁଗ୍ଧ କର । ସେଥି ପାଇଁ ଶୀତ ଦିନେ ଏଠାରେ ବଣଭୋଜି ସମୟରେ ସାରା ଓଡିଶାରୁ ବହୁସଂଖ୍ୟକ ପର୍ଯ୍ୟଟକମାନେ ଆସି ନିଜ ନିଜର ଅବସର ସମୟକୁ,ଏହି ଶାନ୍ତ ପରିବେଶ ଭିତରେ କିଛି କ୍ଷଣ ହଜାଇ ଦିଅନ୍ତି । ସାପୁଆ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ସରକାରୀ ସ୍ତରରେ ସାପୁଆ ବଣଭୋଜି ସ୍ଥଳର ଉନ୍ନତି କରଣ ଏବଂ ସାପୁଆ ବଣଭୋଜି ସ୍ଥଳକୁ ସମଗ୍ର ଓଡ଼ିଶାରୁ ପର୍ଯ୍ୟଟକମାନେ ଆସୁଥିବା ବେଳେ ପ୍ରଶାସନ ସ୍ତରରେ ପର୍ଯ୍ୟଟକ ମାନଙ୍କ ପାଇଁ ସୁରକ୍ଷାର ବ୍ୟବସ୍ଥା କରାଗଲେ,ବହୁ ସଂଖ୍ୟକ ପର୍ଯ୍ୟଟକଙ୍କର ଆଗମନ ହେବ ବୋଲି ଆଶା କରାଯାଉଛି । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଭାବେ ପ୍ରସିଦ୍ଧ ଲାଭ କରିଥିବା ଢେ଼ଙ୍କାନାଳ ଜିଲ୍ଲାର ଏହି ସାପୁଆ ଡ୍ୟାମର ଦୃଶ୍ୟ ବେଶ ମନୋଲୋଭା, ମାଳମାଳ ପାହାଡ ସହିତ ଏଠାରେ ଥିବା ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ ଓ ତା ସାଙ୍ଗକୁ ଡ୍ୟାମ ଅଥୟ ଜଳରାଶି ଆଉ ଏହାର ଆକର୍ଷଣ ପ୍ରକୃତି ପ୍ରେମୀକୁ ଟାଣି ଆଣୁଛି ନିଜ ପାଖକୁ, ଏହି ଡ୍ୟାମର ଆକୃତି ସାପ ସଦୃଶ୍ୟ ହୋଇଥିବାରୁ ଏହାର ନାମ ରଖାଯାଇଛି ସାପୁଆ,ଏହି ଡ୍ୟାମ ଜଳସେଚନ ହୋଇଥିଲେ ବି ଭିନ୍ନ ଆକୃତି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର ପେଣ୍ଟସ୍ଥଳୀ । ବର୍ଷ ତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁ ଥିବାବେଳେ ଡିସେମ୍ବର ଓ ଜାନୁଆରୀ ମାସରେ ସଂଖ୍ୟା ଅଧିକ ରହିଛି,ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଶୀତ ଦିନେ ଏଠାରେ ବଣଭୋଜି କରୁ ଥିବାର ଦେଖିବାକୁ ମିଳିଛି ।