ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିରରେ ଜାଗର ଉତ୍ସବ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାଶିବରାତ୍ରି ଅବସରରେ ସହଦେବଖୁଣ୍ଟାର ବ୍ୟାସକବିନଗରରେ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ଜାଗର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମଙ୍ଗଳଆଳତୀ ପରେ ଶିବ ଭକ୍ତମାନଙ୍କର ମନ୍ଦିରରେ ଭିଡ଼ ଲାଗି ରହିଥିଲା । ଦିବସବ୍ୟାପୀ ବହୁ ଦମ୍ପତ୍ତି ୧୦୮ ବେଲପତ୍ର ଦେଇ ପୂଜାର୍ଚ୍ଚନା କରିବା ସହ ଦୀପ ଜାଳିଥିଲେ । ସନ୍ଧ୍ୟା ଆଳତୀ ପରେ ଶହଶହ ଶ୍ରଦ୍ଧାଳୁ ଦୀପ ଜାଳି ରାତିସାରା ଉଜାଗର ରହିଥିଲେ । ମୁକୁନ୍ଦ ମୁରାରୀ ଦାସ ଓ ତାଙ୍କ ଧର୍ମପତ୍ନୀ ଚାରିପ୍ରହର ପୂଜା କରିଥିଲେ । ପଣ୍ଡିତ ଶ୍ରୀ ତପନ ନନ୍ଦଶର୍ମା ଓ ତାଙ୍କ ସାଥୀ ପଣ୍ଡିତମାନେ ସମସ୍ତ ନୀତି ଓ ହୋମ ଯଜ୍ଞ କାର୍ଯ୍ୟ ସୁସଂପାଦନ କରିଥିଲେ । ରାତି ୪ଟାରେ ମହାଦୀପ ମନ୍ଦିର ଶୀର୍ଷକୁ ଉତ୍ତୋଳନ ବେଳେ ଘଣ୍ଟଘଣ୍ଟା, ଶଙ୍ଖ ହୁଳହୁଳି ନାଦରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା ।ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସନ୍ଧ୍ୟାରେ ଆଧ୍ୟାମିôକ ଭାବର ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ରାତି ୧୦ଟା ପରେ ପଣ୍ଡିତ ଶ୍ରୀ ବଂଶୀଧର ପଣ୍ଡା ଭାଗବତ କଥାମୃତ ଉପରେ ପ୍ରବଚନ ଦେଇଥିଲେ । ବ୍ୟାସକବି ନଗର ବିକାଶ ପରିଷଦର ସଭାପତି ସଞ୍ଜୟ ଚୌଧୁରୀ ଓ ସଂପାଦକ ବିନୋଦ ପଣ୍ଡାଙ୍କ ସମେତ ପରିଷଦ ଓ ସ୍ଥାନୀୟ ରୟାଲ୍ କ୍ଲବ୍‌ର କର୍ମକର୍ତ୍ତାମାନେ ସମସ୍ତ କାର୍ଯ୍ୟ ପରିଚାଳନାରେ ପ୍ରତ୍ୟକ୍ଷ ସହଯୋଗ କରିଥିଲେ । ଗୁରୁବାର ଦିନ ପ୍ରଭାତରେ ମନ୍ଦିର ପହଡ଼ ଖୋଲିବା ପରେ ସ୍ଥାନୀୟ ଅଧିବାସୀମାନେ ଶିବଶମ୍ଭୁଙ୍କର ବଡ଼ସିଙ୍ଗାର ବେଶ ଦର୍ଶନ କରି ଘର୍ଷଣ ଭୋଗ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ