ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ପାଇଁ ନିବେଦନ
ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ବର୍ତ୍ତମାନ ଘୋର ଅନିୟମିତତାଦେଖା ଦେଇଛି । ଏ ଭଳି ସମସ୍ୟାର ସମ୍ମୁଖୀନ ହୋଇ ଛି ବାଗୁଲି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି ସାହୁ ଯେ କି ୩୬୫ଜଣ ଆଦିବାସୀ ହରିଜନ ଛାତ୍ର ଛାତ୍ରୀଙ୍କୁ ରଖି ଖାଇବା ପିଇବା କଥା ବୁଝୁ ଅଛନ୍ତି । ତାଙ୍କ ଆଶ୍ରମ ବିଦ୍ୟାଳୟ ରେ ଗତ୨୦୨୪ମସିହା ନଭେମ୍ବର ୧୩ ତାରିଖ ମଧ୍ୟାହ୍ନ ଭୋଜନ ଚାଉଳ ବ୍ଲକ ଶିକ୍ଷା ବିଭାଗ ଦେଇ ଥିଲେ । ଦୀର୍ଘ ତିନି ମାସ ବିତି ଯାଇ ଥିଲେ ମଧ୍ୟ ଏଯାଏଁ ଚାଉଳ ଦିଆ ଜାଇ ନାହିଁ । ତେଣୁ କେତେ ଦିନ ଆଉ ହଷ୍ଟେଲ ଚାଉଳରେ ସମ୍ଭାଳିବେ । ତେଣୁ ଅ ଦ୍ୟ ମାର୍ଚ୍ଚ ଏକ ତାରିଖ୨୦୨୫ ପତ୍ର ସଂଖ୍ୟା୮୯ଅନୁସାରେ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀ ଯଥା ଶୀଘ୍ର ମଧ୍ୟାହ୍ନ ଭଜନ ଚାଉଳ ଯୋଗାଣ ପାଇ ନିବେତଦନ କରି ଛନ୍ତି ଏବଂ ଏଥିସହ ସେ ଏକ ସମୟରେ ମୟୁର ଭଞ୍ଜ ଉପ ଜିଲ୍ଲାପାଳ ବଡ଼ସାହି ବ୍ଲକ ବିଡ଼ିଓ ଏବଂ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇ ଛନ୍ତି । ତେବେ ପ୍ରଶ୍ନ ଉଠୁଛି ବଡ଼ସାହି ବ୍ଲକ ମଧ୍ୟାହ୍ନ ଭୋଜନ ଚାଉଳ ଯାଉଛି କୁଆଡେ ? ବାଟ ମାରଣା ହେଉ ନାହିଁ ତ ! ତାହେଲେ ଯେଉଁ ବିଧାୟକ ବଡ଼ସାହି ର ବିଭିନ୍ନ ପ୍ରଶ୍ନ ବାଣ ରେ ବିଧାନ ସଭା ଥରାଇ ଦେଉ ଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ଏ ଅବ୍ୟବସ୍ଥା କାହିଁକି ? ତାହେଲେ କଣ ମୋହନ ସରକାରଙ୍କୁ ବଡ଼ସାହି ଶିକ୍ଷା ପ୍ରଶାସନ ମାନୁ ନାହାହାନ୍ତି କି ବିଧାୟକ ଙ୍କୁ ବିଧାୟକ ବୋଲି ପସନ୍ଦ କରୁ ନାହାନ୍ତି । ତେଣୁ ବିଧାୟକ ଅମାନିଆ ଶିକ୍ଷା ବିଭାଗର ମୁଖ୍ୟ ଙ୍କୁ ତଦନ୍ତ ପୂର୍ବ କ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି ହେଉ ଅଛି ।


