ପୁଣି ଜଳିଲା ହାଇ ମାଷ୍ଟ ଲାଇଟ୍
ବଡ଼ସାହି,(ନିରଞ୍ଜନ ମହାନ୍ତ): ବାଲେଶ୍ଵର ଲୋକସେବା ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଜାଗର ଉପଲକ୍ଷେ ବଡ଼ସାହି ବ୍ଲକ ମାଣତ୍ରି ସ୍ଥିତ କାଖରୁଆ ବୈଦ୍ୟନାଥ ଶୈବ ପୀଠ କୁ ଦର୍ଶନ ପାଇଁ ଆସି ଥିଲେ । ତାଙ୍କର ସାଂସଦ ସମୟରେ ଶୈବ ପିଠା ରେ ଭକ୍ତ ଓ ସେବାୟତ ଙ୍କ ଦାବି ମୁତାବକ ମନ୍ଦିର ସମ୍ମୁଖ ରେ ଏକ ହାଇ ମାଷ୍ଟ ଲାଇଟ୍ ପୋଷ୍ଟ ଦେଇ ଥିଲେ । ଯାହାକି ବର୍ତ୍ତମାନ ରକ୍ଷଣା ବେକ୍ଷଣା ଅଭାବରେ ଲାଇଟ୍ ଗୁଡିକ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି ।ଫଳରେ ଭକ୍ତ ଓ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହେଉ ଅଛନ୍ତି । ବାବାଙ୍କ ଦର୍ଶନ ପରେ ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡା ଏବଂ ଶେବିକା ପଙ୍କଜିନି ପଣ୍ଡା ଶ୍ରୀ ଜେନାଙ୍କୁ ତାଙ୍କ ପ୍ରଦତ୍ତ ଲାଇଟ୍ ପୋଷ୍ଟ ଦେଖାଇ ଅସୁବିଧା ସମ୍ପର୍କରେ କହି ଥିଲେ ।ଶ୍ରୀ ଜେନା ତାଙ୍କ କଥାକୁ ନଜର ଦେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ଓ ସଙ୍ଗେ ସଙ୍ଗେ ଫୋନ୍ ଯୋଗେ ବାଲେଶ୍ବରରୁ ଟେକ୍ ନି ସି ଆନ ଏବଂ ଲାଇଟ୍ ମଗାଇ ଲାଇଟ୍ ଗୁଡିକ କାର୍ଯ୍ୟକ୍ଷମ କରାଇ ଲାଇଟ୍ ଜଳାଇ ଦେଲେ ।