ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗାଁକୁ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନାରୁ ବାଦ୍ ଦିଆଯାଇଥିବା ପ୍ରତିବାଦରେ ଗାଁର ଚାଷୀକୁଳ ମେଳି ବାନ୍ଧିଛନ୍ତି।ଗୁରୁବାର ପୂର୍ବତନ ସରପଞ୍ଚ କେ.ସଞ୍ଜୀବ ରେଡ୍ଡୀଙ୍କ ନେତୃତ୍ୱରେ ଗ୍ରାମର ଦୁର୍ଯ୍ୟୋଧନ ରେଡ୍ଡୀ,ଗୋପାଳ ରେଡ୍ଡୀ, ସୋମନାଥ ରେଡ୍ଡୀ, ଜାଗିଲିି ରେଡ୍ଡୀ, ଚନ୍ଦ୍ରମଣି ରେଡ୍ଡୀ, ସିମାଞ୍ଚଳ ସେଠୀ,ସୁରେନ୍ଦ୍ର ରେଡ୍ଡୀ, କୁରେଶୁ ରେଡ୍ଡୀ,କାଳିଆ ରେଡ୍ଡୀ,ସନ୍ତୋଷ ରେଡ୍ଡୀ, କେ. ଗଣେଶ,ପି. ସନାତନଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଦିଗପହଣ୍ଡି ସ୍ଥିତ ଛେଳିଗଡ଼ କେନାଲ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିଷ୍ଣୁ ଚରଣ ସାହୁଙ୍କୁ ଚାଷୀ ପ୍ରତିନିଧି ଦଳ ସାକ୍ଷାତ କରି ତୁରନ୍ତ କାଣ୍ଡସର ଗାଁ ସଂଲଗ୍ନ ସମସ୍ତ ଚାଷଜମିକୁ ମେଗା ପ୍ରକଳ୍ପ ରେ ସାମିଲ କରିବାକୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ନକ୍ସା ତନଖି କରିଥିଲେ । କାଣ୍ଡସର ଗ୍ରାମର ଚାଷୀ ବୃନ୍ଦ ପୂର୍ବରୁ ଗଞ୍ଜାମ ଜିଲାପାଳଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏହାର ତଦନ୍ତ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିବା ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।ମେଗା ପ୍ରକଳ୍ପ ନିମନ୍ତେ ଘରୋଇ କମ୍ପାନୀ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫାଷ୍ଟକଚର୍ସ ଲିମିଟେଡ଼(ଏମଇଆଇଏଲ୍) ସଂସ୍ଥା କାମ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ଇଲାକାରେ ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁଯାୟୀ ଉକ୍ତ ସଂସ୍ଥା ସହ ନିର୍ମାଣ କାମ ପାଇଁ ଚୁକ୍ତିନାମା କରାଯାଇଛି। ଏହି ପ୍ରକଳ୍ପ ନିମନ୍ତେ  କେଉଁ କାରଣରୁ ଉକ୍ତ ଗାଁର ଚାଷଜମିକୁ ପ୍ରକଳ୍ପରୁ ବାଦ୍ ଦିଆଯାଇଛି ସେ ନେଇ ପୁନଃ ସର୍ଭେ କରାଯାଇ ସରଜମିନ ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ଜଣାଇଛନ୍ତି।ପରେ ଚାଷୀ ବୃନ୍ଦ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ସହ ଏନେଇ ଆଲୋଚନା କରିବା ସହ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ