ଯାତ୍ରୀବାହୀ ବସ ଧକ୍କାରେ ବ୍ୟବସାୟୀ ମୃତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା – ପିପିଲି ମୁଖ୍ୟରାସ୍ତାର ଅଲଣ୍ଡି ଛକ ଠାରେ ଧଳେଶ୍ବର ପଞ୍ଚାୟତ ଅନ୍ତର୍ଗତ ଅଲଣ୍ଡି ଗ୍ରାମର ଚିତ୍ତରଞନ ବାରିକ (୫୮) ମଧ୍ୟାହ୍ନ ଭୋଜନ ଖାଇବାକୁ ଘରକୁ ଯିବାକୁ ମୁଖ୍ୟ ରାସ୍ତା ପାର ହେଉଥିବା ସମୟ ରେ ନିମାପଡ଼ାରୁ ଭୁବନେଶ୍ବର କୁ ଯାଉଥିବା ଏକ ଯାତ୍ରୀବାହୀ ବସ ଚିତ୍ତରଞନକୁ ପଛପଟରୁ ଧକ୍କା ଦେଇଥିଲା। ଫଳରେ ଚିତ୍ତରଞନ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଆହତ ହୋଇ ରାସ୍ତାରେ ପଡ଼ିଥିଲେ, ଆହତ ଚିତ୍ତରଞନଙ୍କୁ ସ୍ଥାନୀୟ ଲୋକମାନେ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ନିମାପଡ଼ା ଥାନା ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଦୁର୍ଘଟଣା ଘଟାଇଥିବା ବସକୁ ପୋଲିସ ଜବତକରି ତଦନ୍ତ ଚଳାଇଛି।


